ଆଇପିଏଲ୍‌: ହାଇଦ୍ରାବାଦ୍‌ର ହ୍ୟାଟ୍ରିକ୍ ପରାଜୟ, ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ମୁମ୍ବାଇ
Khabar Odisha:Sports-cricket-Mumbai-Indians-wins-against-Sunrisers-Hyderabad-by-13-runs-in-IPL-match

ଚେନ୍ନାଇ, ଏପ୍ରିଲ ୧୮ (ଖବର ଓଡ଼ିଶା): ଯୁବ ସ୍ପିନର ରାହୁଲ ଚାହର (୧୯/୩), ଦ୍ରୁତ ବୋଲର ଜସପ୍ରୀତ ବୁମରା (୧୪/୧) ଓ ଟ୍ରେଣ୍ଟ ବୋଲ୍ଟ (୨୮/୩)ଙ୍କ ଦମଦାର ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ଆଇପିଏଲ୍‌-୨୦୨୧ର ଅନ୍ୟତମ ଲିଗ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୧୩ ରନ୍‌ରେ ପରାସ୍ତ କରିଛି । ଏଥି ସହିତ ମୁମ୍ବାଇ ଟିମ ଆଇପିଏଲ୍‌ର ଚଳିତ ସଂସ୍କରଣରେ ୩ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ପହଂଚିଛି । ମୁମ୍ବାଇ ଟିମ୍ ୪ ପଏଣ୍ଟ ପାଇ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ରନ୍‌ରେଟ ଆଧାରରେ ଆଗରେ ରହିଛି । 

ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୫ଟି ୱକେଟରେ ୧୫୦ ରନ୍ ସଂଗ୍ରହ କରିଥିଲା । ଜବାବରେ ସନରାଇଜର୍ସ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା । କିନ୍ତୁ ପ୍ରଥମ ୱିକେଟ ପାଇଁ ୬୭ ରନର ଭାଗିଦାରୀ ହେବା ପରେ ନିରନ୍ତର ଭାବେ ୱିକେଟ ହାତରୁ ଖସିଲା । ହାଇଦ୍ରାବାଦକୁ ଶେଷ ଓଭରରେ ୧୬ ରନ୍‌ର ଆବଶ୍ୟକତା ଥିଲା । ଫଳରେ ଏହା ହାସଲ କରିବା ସହଜ ନଥିଲା । ତେଣୁ ମ୍ୟାଚକୁ ହାରିଯାଇଥିଲା । 

ଏହା ପୂର୍ବରୁ ରୋହିତ ଶର୍ମାଙ୍କ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୧୫୦ ରନ କରିଥିଲା । ରୋହିତ ନିଜର ସାଥୀ ଓପନର କ୍ୱିଣ୍ଟନ ଡି’କକ୍‌ଙ୍କ ସହିତ ପ୍ରଥମ ୱିକେଟ ଲାଗି ୫୫ ରନ୍ ଭାଗିଦାରୀ ହୋଇପାରିଥିଲେ । ପୋଲାର୍ଡ ଭୁବନେଶ୍ୱର କୁମାରଙ୍କ ଶେଷ ୨ ବଲକୁ ଛକା ମାରି ସ୍କୋରକୁ ୧୫୦ ରନ୍‌ରେ ପହଂଚାଇଥିଲେ । ସେ ୨୨ଟି ବଲ ଖେଲି ୩ଟି ଛକା ଓ ଗୋଟିଏ ଚୌକା ସହିତ ଅପରାଜିତ ୩୫ ରନ୍ କରିଥିଲେ । 

 

  • Tags:

Subscribe

National International State Sports Entertainment