କେବଳ ଟି୨୦ ବିଶ୍ୱକପରେ ଭାରତର ମାର୍ଗଦର୍ଶକ ହେବାକୁ ସହମତି ଦେଇଛନ୍ତି ଏମ୍‌ଏସ୍ ଧୋନୀ!
Khabar Odisha:Sports-cricket-Mahendra-Singh-Dhoni-mentor-of-Team-India

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୯ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟି୨୦ ବିଶ୍ୱକପ୍ ଲାଗି ଟିମ୍ ଇଣ୍ଡିଆର ଘୋଷଣା କରିଦେଇଛି । ଏଥର ଟି୨୦ ବିଶ୍ୱକପ ଲାଗି ବିସିସିଆଇ ଟିମ ଇଣ୍ଡିଆ ସହିତ ମେଣ୍ଟର ଭାରତର ପୂର୍ବତନ ପ୍ରସିଦ୍ଧ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଯୋଡ଼ିଛି । ଟି୨୦ ବିଶ୍ୱକପରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ମେଣ୍ଟର ଭୂମିକାରେ ଦେଖିବାକୁ ମିଳିବ । 

ବିସିସିଆଇ ସଚିବ ଜୟ ଶାହା ସଂଯୁକ୍ତ ଆରବ ଇତିରାତ ଏବଂ ଓମାନରେ ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ଟିମ ଘୋଷଣା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ,ଭାରତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟି୨୦ ବିଶ୍ୱକପ ଲାଗି ମେଣ୍ଟର (ମାର୍ଗଦର୍ଶକ) ହେବେ । ସେ କହିଛନ୍ତି ଯେ, ମୁଁ ତାଙ୍କ ସହିତ ଦୁବାଇରେ କଥା ହୋଇଥିଲି । ସେ କେବଳ ବିଶ୍ୱକପ ଟି୨୦ ପାଇଁ ମେଣ୍ଟର ଭାବେ ସହମତି ଦେଇଛନ୍ତି । ଏବାବଦରେ ମୁଁ ମୋର ଅନ୍ୟ ବନ୍ଧୁଙ୍କ ସହିତ ଚର୍ଚ୍ଚା କରିଥିଲି । ଏହାରି ଉପରେ ସମସ୍ତେ ସହମତି ଦେଇଥିଲେ । ମୁଁ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ସହିତ ମଧ୍ୟ କଥା ହୋଇଥିଲେ, ଯାହାକି ସେମାନେ ସହମତି ଜଣାଇଥିଲେ । 

ସୂଚନାଯୋଗ୍ୟ, ମହେନ୍ଦ୍ର ସିଂହ ଧୋନୀ ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ସେ ଭାରତ ପାଇଁ ଅନ୍ତିମ ମ୍ୟାଚ ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି୨୦ ବିଶ୍ୱକପ, ୨୦୧୧ରେ ଆଇସିସି ଦିନିକିଆ ବିଶ୍ୱକପ ଜିତିଥିଲା । ଧୋନୀ ୩୩୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଏଥିରେ ୨୦୦ ଦିନିକିଆ, ୬୦ଟି ଟେଷ୍ଟ ଏବଂ ୭୨ଟି ଟି୨୦ ରହିଛି । 

 

  • Tags:

Subscribe

National International State Sports Entertainment