ଆଇପିଏଲ: ପରାଜୟ ସହିତ ଶେଷ ହେଲା ଅଧିନାୟକ କୋହଲିଙ୍କ ଯାତ୍ରା, ବାଙ୍ଗାଲୋକୁ ଦେଇପାରିଲେନି ଟ୍ରଫି
Khabar Odisha:Sports-cricket-Kolkata-Knight-Riders-won-by-4-wickets-against-RCB

ଶାର୍‌ଜା, ଅକ୍ଟୋବର ୧୨ (ଖବର ଓଡ଼ିଶା): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଆଇପିଏଲ୍‌ ଜିତିବାର ସ୍ବପ୍ନ ପୁଣି ଥରେ ସାକାର ହୋଇପାରି ନାହିଁ। ଶାର୍‌ଜା କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏଲିମିନେଟର ମୁକାବିଲାରେ ବାଙ୍ଗାଲୋର ଟିମ କୋଲକାତା ନାଇଟ ରାଇଡର୍ସ ହାତରେ ୪ ୱିକେଟରେ ପରାସ୍ତ ହୋଇଯାଇଛି। ଏଥି ସହିତ ଆଇପିଏଲରେ ଅଧିନାୟକ ବିରାଟ କୋହଲିଙ୍କ ଯାତ୍ରା ଏକ ପରାଜୟ ସହିତ ଶେଷ ହୋଇଛି। 

ବିରାଟ କୋହଲି ଏବେ ଆରସିବିର ଅଧିନାୟକତ୍ବ କରିବାରେ ଦେଖିବାକୁ ମିଳିବ ନାହିଁ। ବିରାଟ କୋହଲି ଆଇପିଏଲ ୨୦୨୧ର ୨ୟ ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଘୋଷଣା କରିଦେଇଛନ୍ତି। କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଆରସିବି ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୧୩୮ ରନ୍‌ ସଂଗ୍ରହ କରିଥିଲା। କୋଲକାତା ଶେଷ ଓଭରରେ ଏହି ବିଜୟ ଲକ୍ଷ୍ୟକୁ ପୂରା କରିଥିଲା। 

ବିରାଟ କୋହଲିଙ୍କ ପାଇଁ ଏହା ଏକ ବଡ଼ ଅଭିଜ୍ଞତା। କାରଣ ଅଧିନାୟକ ଭାବେ ସେ ନିଜ ଦଳକୁ ଆଇପିଏଲ ଟ୍ରଫି ଦେଇ ପାରିଲେ ନାହିଁ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ବିରାଟ କୋହଲିଙ୍କୁ ୨୦୧୩ରେ ଅଧିନାୟକ ଦାୟିତ୍ବ ମିଳିଥିଲା। ସେହିପରି ସେ ୨୦୧୧ ଓ ୨୦୧୨ରେ ମଧ୍ୟ କିଛି ମ୍ୟାଚରେ ଅଧିନାୟକ ଦାୟିତ୍ବ ନେଇଥିଲେ। ସେ ମୋଟ ୧୪୦ଟି ମ୍ୟାଚରେ ଅଧିନାୟକ ଦାୟିତ୍ବ ନିଭାଇଛନ୍ତି। ବିରାଟଙ୍କ ନେତୃତ୍ବରେ ବାଙ୍ଗାଲୋର ୬୪ଟି ମ୍ୟାଚ ଜିତିଥିବା ବେଳେ ୬୮ଟି ମୁକାବିଲାରେ ହାରିଛି। ଆରସିବି ପାଇଁ ଅଧିନାୟକ ଭାବେ ଅନିଲ କୁମ୍ବଲେ ୨୬ଟିରୁ ୧୫ଟିରେ ବିଜୟୀ ଓ ୧୧ଟିରେ ହାରିଛନ୍ତି। ସେହିପରି ଡେନିଏଲ ଭିଟୋରୀ ୨୨ଟି ମ୍ୟାଚରୁ ୧୨ଟି ଜିତିଥିବା ବେଳେ ୧୦ଟିରେ ହାରିଛନ୍ତି। 

 

 

  • Tags:

Subscribe

National International State Sports Entertainment