ଜିମ୍ବାୱେ ବିପକ୍ଷ ଶୃଙ୍ଖଳା ପୂର୍ବରୁ ଭାରତକୁ ଝଟକା, ଖେଳିପାରିବେନି ୱାଶିଂଟନ ସୁନ୍ଦର!
Khabar Odisha:Sports-cricket-India-Vs-Zimbabwe-ODI-series-as-Washington-Sundar-ruled-out-form-team

ନୂଆଦିଲ୍ଲୀ, ଅଗଷ୍ଟ ୧୬ (ଖବର ଓଡ଼ିଶା): ଭାରତ-ଜିମ୍ବାୱେ ମଧ୍ୟରେ ଅଗଷ୍ଟ ୧୮ ତାରିଖ ଠାରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଭାରତକୁ ଝଟକା ଲାଗିଛି । ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ବାମ କାନ୍ଧରେ ଆଘାତ ଲାଗିଥିବାରୁ ସେ ଶୃଙ୍ଖଳାରେ ଖେଳିପାରିବେ ନାହିଁ । ସୁନ୍ଦରଙ୍କୁ ଓଲ୍ଡ ଟ୍ରଫେଡରେ ଲଂକାଶାୟର ଏବଂ ବୁଷ୍ଟରଶାୟର ମଧ୍ୟରେ ରୟାଲ ଲଣ୍ଡନ ଦିନିକିଆ ମ୍ୟାଚରେ ଫିଲ୍ଡିଂ ସମୟରେ ଏହି ଆଘାତ ଲାଗିଛି । ସେ ଇଂଲଣ୍ଡର ଘରୋଇ ଟୁର୍ଣ୍ଣାମେଣ୍ଟରେ ଭଲ ଫର୍ମରେ ଥିଲେ ଏବଂ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ଆଶା କରାଯାଉଥିଲା ।

ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖି ଜାତୀୟ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି ଯେ, ୱାଶିଂଟନ ସୁନ୍ଦର ଜିମ୍ବାୱେ ଶୃଙ୍ଖଳାରୁ ବାହାରି ଯାଇଛନ୍ତି । ଓଲ୍ଡ ଟ୍ରଫେଡ ଲଂକାଶୟର ଓ ବୁଷ୍ଟରଶାୟର ମଧ୍ୟରେ ରୟାଲ ଲଣ୍ଡନ ଦିନିକିଆ କପ ମ୍ୟାଚରେ ସେ ବାମ କାନ୍ଧରେ ଆଘାତ ପାଇଛନ୍ତି । ତାଙ୍କୁ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ଏବେ ସମୟ କାଟିବାକୁ ପଡ଼ିବ । ସୁନ୍ଦର ୨୦୨୨ ଫେବ୍ରୁଆରୀରେ ଭାରତ ପାଇଁ ଶେଷ ଥର ଖେଳିଥିଲେ । କୋଭିଡ-୧୯ ସଂପର୍କିତ ପ୍ରସଙ୍ଗରେ ସେ ବହୁ ଦିନ ପର୍ଯ୍ୟନ୍ତ ଟିମରୁ ବାହାରେ ଥିଲେ । 

 

  • Tags:

Subscribe

National International State Sports Entertainment