ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟି-୨୦ ଆଜି: ୩-୦ରେ ଶୃଙ୍ଖଳା ଜିତିବାକୁ ଚାହିଁବ ଟିମ୍‌ ଇଣ୍ଡିଆ, ଆତ୍ମସମ୍ମାନ ପାଇଁ ଲଢ଼ିବ କ୍ବିୱି ଦଳ
Khabar Odisha:Sports-cricket-India-Vs-New-Zealand-3rd-T-20-today-at-Eden-Garden

କୋଲକାତା, ନଭେମ୍ବର ୨୧ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ୍‌ ଟିମ୍‌ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ୩ୟ ତଥା ଅନ୍ତିମ ମ୍ୟାଚ୍‌ ଖେଳିବ। ପୂର୍ବରୁ ଭାରତୀୟ ଦଳ ଚଳିତ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଥିବା ବେଳ ଶେଷ ମ୍ୟାଚ୍‌କୁ ଜିତିବାକୁ ଉଦ୍ୟମ କରିବ। ଅପରପକ୍ଷେ ନ୍ୟୁଜିଲାଣ୍ଡ ଆତ୍ମସମ୍ମାନ ପାଇଁ ଶେଷ ମୁକାବିଲାକୁ ହାତେଇବାକୁ ଚାହିଁବ। ରାତି ୭ଟାରେ ଏହି ମ୍ୟାଚ୍‌ କୋଲକାତାର ଇର୍ଡେନ ଗାର୍ଡେନରେ ଖେଳାଯିବ।

ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚରେ ୭ ୱିକେଟ୍‌ରେ ହରାଇଥିଲା। ତେଣୁ ଅଧିନାୟକ ରୋହିତ ଶର୍ମାଙ୍କ ଦଳର ମନୋବଳ ବଢ଼ିଯାଇଛି।     

ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ଋତୁରାଜ ଗାଏକ୍ବାଡ୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ହର୍ଷଲ ପଟେଲ।

ନ୍ୟୁଜିଲାଣ୍ଡ: ଟିମ୍ ସାଉଦୀ (ଅଧିନାୟକ), ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ଟଡ୍ ଆସ୍‌ଲେ, ମାର୍କ ଚାପମ୍ୟାନ୍, ଲୋକି ଫର୍ଗୁସନ୍, ଆଦାମ ମିଲନେ, କାଇଲ ଜାମିସନ୍, ଜିମି ନୀସାମ, ମିଚେଲ ସାଣ୍ଟନର, ଈଶ୍ ସୋଢି।

 

 

  • Tags:

Subscribe

National International State Sports Entertainment