ଆପିଏଲ: ବାଙ୍ଗାଲୋର ଠାରୁ ଶୋଚନୀୟ ପରାସ୍ତ ପରେ କୋଲକାତା ଅଧିନାୟକ କ’ଣ କହିଲେ ଜାଣନ୍ତୁ
Khabar Odisha:Sports-cricket-IPL-2020-KKR-captain-Eoin-Morgan-statement-after-losing-the-match-against-RCB

ଆବୁଧାବୀ, ଅକ୍ଟୋବର ୨୨ (ଖବର ଓଡ଼ିଶା): ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ବୁଧବାର ଆଇପିଏଲ-୧୩ର ୩୯ତମ ମ୍ୟାଚରେ ୮ ୱିକେଟରେ ପରାସ୍ତ କରିଛି । ଆବୁଧାବୀର ଶେଖ ଜୟେଦ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଇଅନ ମୋର୍ଗାନଙ୍କ କୋଲକାତା ଟିମ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା । ଟିମ  ୮ଟି ୱିକେଟ ହରାଇ ୮୪ ରନ ସଂଗ୍ରହ କରିଥିଲା । ଜବାବରେ ବିରାଟ କୋହଲିଙ୍କ ଆରସିବି ୧୩.୩ ଓଭରରେ ୨ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟ ପୂରା କରିଥିଲା । 

ତେବେ ମ୍ୟାଚ ପରେ ପୁରସ୍କାର ବିତରଣୀ ସମାରୋହରେ ଇଅନ ମୋର୍ଗାନ କହିଥିଲେ, ଆରମ୍ଭରୁ ଆମ ଟିମର ବିପର୍ଯ୍ୟୟ ଘଟିଥିଲା । ଆମେ ଖୁବ ଅଳ୍ପ ସମୟ ମଧ୍ୟରେ ୪-୫ ୱିକେଟ ହରାଇଥିଲୁ । ଆମର ଖେଳାଳିମାନେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲେ । ବାଙ୍ଗାଲୋର ଟିମ ଭଲ ବୋଲିଂ କରିଥିଲା । କିନ୍ତୁ ଆମେ ଏହାକୁ ଭଲ ଭାବରେ ଖେଳିପାରି ନଥିଲୁ । କାକର ଯୋଗୁଁ ଆମେ ପ୍ରଥମେ ବୋଲିଂ କରିବାର ଥିଲା । 

ମ୍ୟାଚରେ ସୁନୀଲ ନାରାୟଣ କି ଆନ୍ଦ୍ରେ ରସେଲ ଖେଳି ନଥିଲେ । ଏହି ୨ ଜଣ ଖେଳାଳିଙ୍କ ସଂପର୍କରେ ମୋର୍ଗାନ କହିଥିଲେ, ଆଶା କରାଯାଉଛି ଖୁବ ଶୀଘ୍ର ସୁସ୍ଥ ହୋଇଯିବେ । ଅଲରାଉଣ୍ଡର ଖେଳାଳିଙ୍କ ଅନୁପସ୍ଥିତ ଦଳ ପାଇଁ ମହଙ୍ଗା ପଡ଼ିଛି । ଇତି ମଧ୍ୟରେ ବାଙ୍ଗାଲୋର ୧୦ଟି ମ୍ୟାଚ ଖେଳି ୭ଟିରେ ବିଜୟ ହୋଇଛି ଏବଂ ପଏଣ୍ଟ ଟେବୁଲରେ ୨ୟ ସ୍ଥାନ ଦଖଲ କରିଛି । 

 

  • Tags:

Subscribe

National International State Sports Entertainment