ନୂଆଦିଲ୍ଲୀ, ଜୁନ୍ ୨୬ (ଖବର ଓଡ଼ିଶା): ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଆଜି ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ୨ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଡବଲିନସ୍ଥିତ ଦ ଭିଲେଜ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ରାତି ୯ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ ।
ଭାରତୀୟ ଦଳର ନେତୃତ୍ୱ ନେବେ ଯୁବ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ଭାରତୀୟ ଟିମ୍ରେ ସବୁ ଖେଳାଳି ଯୁବ ଥିଲେ, ବି ସମସ୍ତେ ଆଇପିଏଲ୍ ମ୍ୟାଚ ଖେଳି ନିଜ ସ୍ତରରେ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ଭାରତୀୟ ଟିମ୍ ପାଇଁ ବ୍ୟକ୍ତିଗତ ଭାବେ ଭଲ ଯୋଗଦାନ ଦେବେ ବୋଲି ଆଶା କରାଯାଉଛି । ଆୟରଲାଣ୍ଡ ଉପରେ ଚାପ ପକାଇ ପାରିଲା ଭଳି ଭାରତ ପାଖରେ ବୋଲର ଅଛନ୍ତି ।
ଭାରତୀୟ ଦଳ: ଈଶାନ କିଶନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋତୁରାଜ ଗାଏକ୍ୱାର୍ଡ, ସୂର୍ଯ୍ୟକୁମାର ଯାଦବ, ସଂଜୁ ସାମସନ, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଆଭେସ ଖାନ, ଦୀପକ ହୁଦା, ଭେଙ୍କଟେଶ ଆୟର, ରାହୁଲ ତ୍ରିପାଠୀ, ଅର୍ଶଦୀପ ସିଂହ, ରବି ବିଶ୍ନୋୟୀ ଓ ଉମ୍ରାନ ମଲ୍ଲିକ ।