ଆଇପିଏଲ୍‌: ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲସ୍‌, ୬ ୱିକେଟ୍‌ରେ ହାରିଲା ପଂଜାବ କିଙ୍ଗ୍‌ସ
Khabar Odisha:Sports-cricket-Delhi-Capitals-wins-against-Punjab-Kings-by-6-wickets-in-IPL

ମୁମ୍ବାଇ, ଏପ୍ରିଲ ୧୯ (ଖବର ଓଡ଼ିଶା): ପଂଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୧ର ୧୧ତମ ମ୍ୟାଚ ଖେଳାଯାଇଛି । ଋଷଭ ପନ୍ତଙ୍କ ଟିମ୍ ଦିଲ୍ଲୀ କ୍ୟାପିଟାଲ୍‌ସ ରବିବାର ପଂଜାବକୁ ୬ ୱିକେଟରେ ପରାସ୍ତ କରିଛି । କ୍ରମାଗତ ଭାବେ ଚଳିତ ଆଇପିଏଲ୍‌ରେ ଏହା ପଂଜାବ କିଙ୍ଗ୍‌ସର ୨ୟ ପରାଜୟ । 

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ପଂଜାବକୁ ନିମନ୍ତ୍ରଣ ମିଳିବାରୁ ବ୍ୟାଟିଂ କରିଥିଲା । କେଏଲ୍ ରାହୁଲଙ୍କ ଟିମ୍ ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୧୯୫ ରନ୍ ସଂଗ୍ରହ କରିଥିଲା । ଫଳରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଏହି ବିଶାଳ ସ୍କୋରକୁ ଦିଲ୍ଲୀ ୧୮.୪ ଓଭରରେ ୪ଟି ୱିକେଟ ହରାଇ ପୂରା କରିଥିଲା । ଶିଖର ଧୱନ ୪୯ଟି ବଲ ଖେଳି ବ୍ୟକ୍ତିଗତ ଭାବେ ୯୨ ରନ୍ କରିଥିଲେ । ଏଥିରେ ୧୩ଟି ଚୌକା ଓ ୨ଟି ଛକା ସାମିଲ ଥିଲା । 

ପଂଜାବ କିଙ୍ଗ ପ୍ରଥମେ ବ୍ୟାଟିଂ କରି ୪ଟି ୱିକେଟ ହରାଇ ୧୯୫ ରନ୍ କରିଥିଲା । ଅଧିନାୟକ କେଏଲ୍ ରାହୁଲ ୬୧ ରନ୍ ଓ ମୟଙ୍କ ଅଗ୍ରୱାଲ ୬୮ ରନ୍ ଯୋଡ଼ିଥିଲେ । ଏହି ୨ ଜଣ ଖେଳାଳି ପ୍ରଥମ ୱିକେଟରେ ୧୨୨ ରନ୍‌ର ଭାଗିଦାରୀ ହୋଇପାରିଥିଲେ । ତାଙ୍କ ବ୍ୟତୀତ ଅନ୍ୟ ଖେଳାଳି ଭଲ ସ୍କୋର କରିପାରି ନଥିଲେ । 

 

  • Tags:

Subscribe

National International State Sports Entertainment