ଲକଡାଉନ: ଦୌଡୁଛନ୍ତି କ୍ରିକେଟର ମହମ୍ମଦ ଶାମି, ଗାଁରେ ନେଉଛନ୍ତି ସ୍ୱତନ୍ତ୍ର ପ୍ରଶିକ୍ଷଣ
Khabar Odisha:Sports-cricket-Covid-19-team-India-running-practice-Md-Shami-his-farmhouse-in-village

ନୂଆଦିଲ୍ଲୀ, ମେ ୧୫ (ଖବର ଓଡ଼ିଶା): ଭାରତୀୟ କ୍ରିକେଟର ଦ୍ରୁତ ବୋଲର ମହମ୍ମଦ ଶାମି ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନଙ୍କୁ ଇନଷ୍ଟାଗ୍ରାମରେ କହିଛନ୍ତି, ଲକଡାଉନ ଯୋଗୁଁ, ସେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଉଛନ୍ତି । ସେ ସହର ଛାଡ଼ି ଗାଁରେ ରହୁଛନ୍ତି । ଗାଁର ଫାର୍ମ ହାଉସରେ ଦିନ କାଟୁଛନ୍ତି । ସେ ଫାର୍ମ ହାଉସରେ କ୍ରିକେଟ ଗ୍ରାଉଣ୍ଡ କରିଛନ୍ତି । ଏଥିରେ ୮୦ ମିଟର ବିଶିଷ୍ଟ ଏକ ପାଚେରୀ ରହିଛି । ଏହାର ପାଶ୍ୱର୍ରେ ରନିଙ୍ଗ ଟ୍ରାକ ରହିଛି । ୨୯ ବର୍ଷିଅ ଦ୍ରୁତ ବୋଲର କହିଛନ୍ତି, ଲକଡାଉନ ସମୟରେ ତାଙ୍କ ପାଖରେ ଆଉ କୌଣସି କାମ ନାହିଁ । ମାତ୍ର ତାଙ୍କର ଫାର୍ମ ହାଉସ ପୂରା ପ୍ରସ୍ତୁତ ହୋଇପାରି ନାହିଁ । 

କୋଭିଡ-୧୯ ମହାମାରୀ ଯୋଗୁଁ ଖେଳ ଜଗତ ସ୍ଥିତ ହୋଇଯାଇଛି । ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଲାଗୁ ହୋଇଛି । ଏହାରି ମଧ୍ୟରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ କହିଛି, ଲକଡାଉନ ନିୟମ କୋହଳ ହେଲେ ଅଗାମୀ ୧୮ ତାରିଖ ପରେ ଆଉଟଡୋର ପ୍ରଶିକ୍ଷଣ ଆରମ୍ଭ ହୋଇପାରେ । 

ଖେଳାଳି ନିଜକୁ ସୁସ୍ଥ ରଖିବା ପାଇଁ ନିଜର ଘରେ ବ୍ୟାୟାମ କରୁଛନ୍ତି । କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ । ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୂମଲ କହିଛନ୍ତି, ଖେଳାଳି ଯାତ୍ରା କରିପାରିବେ ନାହିଁ । ସେଥିପାଇଁ ନିଜ ଘର ନିକଟରେ ଥିବା ପଡ଼ିଆରେ ଅଭ୍ୟାସ କରିପାରିବେ । ଏହାକୁ ବିକଳ୍ପ ଭାବେ କରାଯାଇପାରିବ । କିନ୍ତୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପାଳନ କରିବାକୁ ପଡ଼ିବ । କାରଣ ମେ’ ୧୭ ଯାଏଁ ଅପେକ୍ଷା କରିବାକୁ ପଡ଼ିବ । 

 

  • Tags:

Subscribe

National International State Sports Entertainment