ଆଇପିଏଲ୍‌: ଶାର୍ଦ୍ଦୁଲଙ୍କ ଯାଦୁ, ଜାଦେଜାଙ୍କ ଧମାଲ, ଏମିତି ଚମ୍ପିଅନ୍‌ ହେଲା ଚେନ୍ନାଇ
Khabar Odisha:Sports-cricket-CSK-beat-KKR-as-Shardul-Thakur-Ravindra-Jadeja-magic-MSD-team

ନୂଆଦିଲ୍ଲୀ, ଅକ୍ଟୋବର ୧୬ (ଖବର ଓଡ଼ିଶା): ଚେନ୍ନାଇ ସୁପର କିଙ୍ଗ୍‌ସ ପୁଣି ଥରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଚମ୍ପିଅନ୍‌ ହୋଇଛି। କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇ ଚେନ୍ନାଇ ୪ର୍ଥ ଥର ପାଇଁ ଚମ୍ପିଅନ ହୋଇଛି। ଚେନ୍ନାଇ ପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧ ଓ ୨୦୧୮ରେ ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଥିଲା। ଗତ ଆଇପିଏଲ୍‌ରେ ପ୍ଲେଅଫ୍‌ରେ ପହଂଚିପାରି ନଥିଲା। କିନ୍ତୁ ଏଥର ଭଲ ରଣନୀତି ଯୋଗୁଁ ଚମ୍ପିଅନ୍‌ ହୋଇପାରିଛି। ଫାଇନାଲ ମୁକାବିଲା ରୋମାଂଚକର ରହିଥିଲା। 

ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଶୁକ୍ରବାର ଚେନ୍ନାଇ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍‌ ୨୦ ଓଭରରେ ୩ଟି ୱିକେଟ୍‌ ହରାଇ ୧୯୨ ରନ୍‌ କରିଥିଲା। ଫଳରେ କୋଲକାତାକୁ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ କୋଲକାତାର ଖେଳାଳିମାନେ ଚେନ୍ନାଇର ବୋଲରଙ୍କୁ ସାମ୍ନା କରିପାରି ନଥିଲେ। ପ୍ରଥମ ୱିକେଟ ପରେ କୋଲକାତାର ବ୍ୟାଟିଂ ଧରାଶାୟୀ ହୋଇଯାଇଥିଲା। ଟିମ୍‌ ୨୦ ଓଭରରେ ୯ଟି ୱିକେଟ ହରାଇ ୧୬୫ ରନ୍‌ କରିଥିଲା। 

କୋଲକାତା ନାଇଟ୍‌ ରାଇଡର୍ସର ଓପନା ଶୁଭମନ ଗିଲ ଓ ଭେଙ୍କଟେଶ ଆୟର ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ। ପ୍ରଥମ ୱିକେଟ ପାଇଁ ସେମାନେ ୯୧ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ଚେନ୍ନାଇ ହାତରୁ ମ୍ୟାଚ କୋଲକାତା ହାତକୁ ଯାଉଛି। ତେବେ ଧୋନୀ ବୋଲିଂ ରଣନୀତି ପରିବର୍ତ୍ତନ କଲେ। ସେ ବୋଲିଂ ଦାୟିତ୍ବ ଶାର୍ଦ୍ଦୁଲ ଠାକୁରଙ୍କୁ ଦେଲେ। ଶର୍ଦ୍ଦୁଲ ଆସିବା ପରେ କମାଲ କଲେ। ସେ ଭେଙ୍କଟେଶ ଆୟରଙ୍କୁ ଆଉଟ କଲେ। ଶାର୍ଦ୍ଦୁଲ ଗୋଟିଏ ଓଭରରେ ୨ଟି ୱିକେଟ ନେଇ ଟିମ୍‌କୁ ଭଲ ସ୍ଥିତିକୁ ନେଲେ। ଭେଙ୍କଟେଶ ଆୟରଙ୍କ ପରେ ସେ ନୀତିଶ ରାଣାଙ୍କୁ ମଧ୍ୟ ଆଉଟ କଲେ। ଏଥିରେ ପ୍ରଶଂସକମାନେ ବହୁତ ଖୁସି ଅନୁଭବ କରିଛନ୍ତି। ଶାର୍ଦ୍ଦୁଲ ଠାକୁରଙ୍କୁ ପ୍ରଶଂସକମାନେ ’ଲର୍ଡ ଶାର୍ଦ୍ଦୁଲ’ କହୁଛନ୍ତି। 

ଶାର୍ଦ୍ଦୁଲଙ୍କ ବ୍ୟତୀତ ପ୍ରଶଂସକମାନେ ରବୀନ୍ଦ୍ର ଜାଦଜୋଙ୍କ ଯାଦୁ ମଧ୍ୟ ଦେଖିଛନ୍ତି। ନିଜର ୪ ଓଭର ବୋଲିଂରେ ରବୀନ୍ଦ୍ର ୨ଟି ୱିକେଟ ନେଇଛନ୍ତି। ଏହା ବ୍ୟତୀତ ୨ଟି ଚମତ୍କାର କ୍ୟାଚ ମଧ୍ୟ ନେଇଛନ୍ତି। ଜାଦେଜାନଙ୍କ ପ୍ରଶଂସନୀୟ ଫିଲ୍ଡିଂ ପ୍ରଶଂସକଙ୍କ ମନ କିଣିଛି। 

 

  • Tags:

Subscribe

National International State Sports Entertainment