ମାଉଣ୍ଟ ମାଉଗାନୁଇ, ଜାନୁଆରୀ ୦୫ (ଖବର ଓଡ଼ିଶା): ଶେଷରେ ନ୍ୟୁଜିଲାଣ୍ଡ ବିରୋଧରେ ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ମାଉଣ୍ଟ ମାଉଗାନୁଇଁରେ ବୁଧବାର ବାଂଲାଦେଶ ଟିମ୍ ଇତିହାସ ରଚିଛି। ୨ ଟେଷ୍ଟ ମ୍ୟାଚ୍ର ଶୃଙ୍ଖଳାର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୮ ୱିକେଟ୍ରେ ପରାସ୍ତ କରିଛି। ଏଥି ସହିତ କ୍ବିୱି ବିପକ୍ଷରେ ବାଂଲାଦେଶ ୨୧ ବର୍ଷ ପରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିଛି।
ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା। ଘରୋଇ ଦଳ ପ୍ରଥମ ପାଳିରେ ୩୨୮ ରନ୍ରେ ଅଲଆଉଟ୍ ହୋଇଥିଲା। ପଥମ ପାଳିରେ ବାଂଲାଦେଶ ୪୫୮ ରନ୍ ସଂଗ୍ରହ କରି ଲିଡ୍ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୨ୟ ପାଳିରେ ୧୬୯ ରନ୍ରେ ଅଲଆଉଟ୍ ହୋଇଥିଲା। ଜାବାବରେ ବାଂଲାଦେଶ ୨ୟ ପାଳିରେ ୨ଟି ୱିକେଟ୍ ହରାଇ ୪୨ ରନ୍ ସଂଗ୍ରହ କରିବା ସହିତ ମ୍ୟାଚ୍ ଜିତିଛି। ଏହି ମ୍ୟାଚ୍ରେ ବାଂଲାଦେଶୀ ବୋଲର ଇବାଦତ୍ ହାସନ୍ଙ୍କୁ ସର୍ବାଧିକ ୭ଟି ୱିକେଟ୍ ମିଳିଛି।