କେପ୍ଟାଉନ୍, ଜାନୁଆରୀ ୧୧ (ଖବର ଓଡ଼ିଶା): ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଶୃଙ୍ଖଳା ଜିତିବା ଲାଗି ଟିମ୍ ଇଣ୍ଡିଆ ପୁଣି ଥରେ ବଳ କଷିବ। ଚଳିତ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ଟେଷ୍ଟ ମଙ୍ଗଳବାର ଠାରୁ କେପ୍ଟାଉନ୍ର ନ୍ୟୁଲାଣ୍ଡସ୍ ଠାରେ ଖେଳାଯାଉଛି। ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ଏହି ମ୍ୟାଚ୍ ଜିତି ଇତିହାର ରଚିବା ଲକ୍ଷ୍ୟକୁ ଅପେକ୍ଷା କରିଛି। ପ୍ରଥମ ମୁକାବିଲାରେ ଭାରତ ସେଞ୍ଚୁରିଅନ୍ରେ ଜିତିଥିବା ବେଳେ ଜୋହାନେସ୍ବର୍ଗରେ ଖେଳାଯାଇଥିବା ୨ୟ ମ୍ୟାଚ୍ରେ ଘରୋଇ ଦଳ ବିଜୟ ହାସଲ କରିଥିଲା।
ବିରାଟ କୋହଲି ପିଠିରେ ଯନ୍ତ୍ରଣା କାରଣରୁ ଜୋହାନେସବର୍ଗରେ ମ୍ୟାଚ୍ ଖେଳିପାରି ନଥିଲେ। କୋହଲି ନିଜର ୯୯ତମ ଟେଷ୍ଟ ମ୍ୟାଚ୍ ଝିଅ ଭାମିକାର ପ୍ରଥମ ଜନ୍ମଦିନ ଅବସରରେ ଖେଳିବେ। ତେଣୁ ଟିମ୍ର ବ୍ୟାଟ୍ସମ୍ୟାନ୍ ମାନେ ଚାହିଁବେ ଯେ, କିଛି ସମୟ ଚାପରେ ଥିବା କୋହଲି ମ୍ୟାଚ୍କୁ ସ୍ମରଣୀୟ କରନ୍ତୁ।
ଦକ୍ଷିଣ ଆଫ୍ରିକାରେ ୩ ଦଶକରେ ପ୍ରଥମ ଟେଷ୍ଟ ଶୃଙ୍ଖଳା ଜିତିଲେ ନିଶ୍ଚିତ ଭାବେ କୋହଲି ପାରଂପରିକ ରୂପରେ ଦେଶର ମହାନ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରିପାରିବେ। ଏଥି ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ଯେଉଁ ଖେଳାଳିମାନେ ବିଗତ ଦିନରେ ଭଲ ପ୍ରଦର୍ଶନ କରି ନାହାନ୍ତି, ଶେଷ ମୁକାବିଲାରେ ତାଙ୍କଠାରୁ ଅନେକ ଆଶା କରାଯାଉଛି। ତେଣୁ ପ୍ରଥମ ପାଳିରେ ୩୦୦ରୁ ଅଧିକ ରନ୍ କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେବ।