ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଟିମକୁ ଫେରିଲେ ରୋହିତ ଶର୍ମା
Khabar Odisha:Sports-Team-India-t20-squad-for-New-Zealand-series-2020-Rohit-Sharma-back-for-tour

ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ନ୍ୟୁଜିଲାଣ୍ଡ ଗସ୍ତରେ ୫ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚର ଶୃଙ୍ଖଳା ପାଇଁ ନିଜର କ୍ରିକେଟ ଟିମ ରବିବାର ଘୋଷଣା କରିଛି । ଟି-୨୦ ଉପଅଧିନାୟକ ରୋହତି ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ସେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ବିଶ୍ରାମ ନେଇଥିଲେ । ରୋହିତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଡିସେମ୍ବରରେ ଟି-୨୦ ଶୃଙ୍ଖଳା ଖେଳିଥିଲେ । ଯୁବ ୱିକେଟକିପର ସଞ୍ଜୁ ସାମସନଙ୍କୁ ନ୍ୟୁଜିଲାଣ୍ଡ ଗସ୍ତରେ ସୁଯୋଗ ମିଳିନାହିଁ । ଋଷଭ ପନ୍ତ ୱିକେଟକିପର ଦାୟିତ୍ୱ ସମ୍ଭାଳିବେ । 

ଏହି ଗସ୍ତରେ ବିରାଟ କୋହଲିଙ୍କ ଟିମ ଟି-୨୦ ଶୃଙ୍ଖଳା ଖେଳିବ । ବିରାଟଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବର୍ଷର ପ୍ରଥମ ଟି-୨୦ ଶୃଙ୍ଖଳା ଶ୍ରୀଲଙ୍କାକୁ ୨-୦ରେ ହରାଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଟି-୨୦ ଟିମରେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ, ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ମହମ୍ମଦ ସାମି, ନଭଦୀପ ସଇନି, ରବୀନ୍ଦ୍ର ଜାଦେଜା ଓ ଶାର୍ଦ୍ଦୁଲ ଠାକୁରଙ୍କୁ ସ୍ଥାନ ମିିଳିଛି । 

ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଟି-୨୦ରୁ ଆରମ୍ଭ ହେବ । ପ୍ରଥମ ମୁକାବିଲା ଜାନୁଆରୀ ୨୪ରେ ଖେଳାଯିବ । ଫେବୃଆରୀ ୨ରେ ଶୃଙ୍ଖଳା ସରିବ । ସେହିଭଳି ଫେବୃଆରୀ ୫ରୁ ୧୧ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଫେବୃଆରୀ ୨୧ରୁ ମାର୍ଚ୍ଚ ୪ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଖେଳାଯିବ । 

 

  • Tags:

Subscribe

National International State Sports Entertainment