ଟୋକିଓ ଅଲିମ୍ପିକ୍ସରେ ଭାରତ: ନିରାଶ କଲେ ମନୁ ଭାସ୍କର, ଅବିନାଶଙ୍କ ନ୍ୟାସନାଲ ରେକର୍ଡ
Khabar Odisha:Sports-Shooting-Womens-25m-Pistol-qualification-Rahi-Sarnobat-and-Manu-Bhaker-fail-to-qualify-for-finals

ଟୋକିଓ, ଜୁଲାଇ ୩୦ (ଖବର ଓଡ଼ିଶା): ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନରେ ଶୁକ୍ରବାର ଭାରତୀୟ ସୁଟର ମନୁ ଭାସ୍କର ଓ ରାହି ସୋର୍ଣ୍ଣୋବାତ ନିରାଶ କରିଛନ୍ତି । ସେ ୨୫ ମିଟର ପିସ୍ତଲ ଶୁଟିଂରେ ସଫଳତା ପାଇପାରିି ନାହାନ୍ତି । 

ଅନ୍ୟପଟରେ ଭାରତର ଅବିନାଶ ସାବଲେ ଟୋକିଓ ଅଲିମ୍ପିକ୍ସର ୩୦୦୦ ମିଟର ପ୍ରତିଯୋଗିତାରେ ନିଜର ରାଷ୍ଟ୍ରୀୟ ରେକର୍ଡ କରିଛନ୍ତି । ନିଜର ହିଟରେ ସେ ୭ମ ସ୍ଥାନ ଦଖଲ କରିଛନ୍ତି । ସାବଲେ ୨ୟ ହିଟରେ ୮:୧୮.୧୨ ସମୟ ବାହାର କରିଛନ୍ତି । ମାର୍ଚ୍ଚରେ ଫେଡରେଶନ କପରେ କରିଥିବା ୮: ୨୦.୨୦ ନିଜର ରେକର୍ଡକୁ ଅତିକ୍ରମ କରିଛନ୍ତି । ପ୍ରତ୍ୟେକ ହିଟରୁ ୩ ଜଣ ଏବଂ ମୋଟ ହିଟରୁ ଫାଇନାଲକୁ ୬ ଜଣ ପହଂଚିଥାନ୍ତି । ତେଣୁ ସାବଲେଙ୍କୁ ଫାଇନାଲ ପହଂଚିବା ସହଜ ହୋଇ ନାହିଁ ।   

ତୀରନ୍ଦାଜୀ ନେଇ ଭାରତୀୟମାନଙ୍କ ପାଇଁ ଭଲ ଖବର ଆସିଛି । ବିଶ୍ୱର ୧ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ ଋଷିଆ ଅଲିମ୍ପିକ୍ସ କମିଟିର ସେନିୟା ପେରୋଭାଙ୍କୁ ଶୁଟଅଫରେ ପରାସ୍ତକରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଦୀପିକା ୬-୫ରେ ଏହି ମୁକାବିଲା ଜିତିଛନ୍ତି । ଶୁଟଅଫରେ ସେନିୟା ୭ରେ ଲକ୍ଷ୍ୟ କରିପାରିଥିଲେ । ଦୀପିକାଙ୍କ ତୀର ୧୦ରେ ଲାଗିଥିଲା । ଦୀପିକା ପ୍ରଥମ ଏବଂ ତୃତୀୟ ସେଟ ଜିତିଥିବା ବେଳେ ସେନିୟା ୨ୟ ଓ ୫ମ ସେଟ ଜିତିଛନ୍ତି । ୪ର୍ଥ ସେଟ ସମାନ ଥିଲା । 

 

  • Tags:

Subscribe

National International State Sports Entertainment