ନେହରୁ କପ ଫାଇନାଲରେ ହିଂସା ପାଇଁ ଦାୟୀ ୧୧ ଜଣ ହକି ଖେଳାଳି ନିଲମ୍ବିତ
Khabar Odisha:Sports-Hockey-Nehru-cup-final-match-hockey-India-disciplinary-committee-suspends-11-players

ନୂଆଦିଲ୍ଲୀ, ଡିସେମ୍ବର ୧୧ (ଖବର ଓଡ଼ିଶା): ହକି ଇଣ୍ଡିଆ ଅନୁଶାସନ କମିଟି ମଙ୍ଗଳବାର ବଡ଼ ନିଷ୍ପତ୍ତି ନେଇ ନେହରୁ କପ ଫାଇନାଲ ସମୟରେ ହିଂସାରେ ସାମିଲ ୧୧ ଜଣ ଖେଳାଳିସମେତ ୨ ଜଣ ଟିମ ଅଧିକାରୀଙ୍କୁ ନିଲମ୍ବିତ କରିଛି । ଗତ ମାସରେ ନେହରୁ କପ ଫାଇନାଲ ସମୟରେ ପଂଜାବ ସଶସ୍ତ୍ର ପୋଲିସ ଓ ପଂଜାବ ନ୍ୟାଶନାଲ ବ୍ୟାଙ୍କ ମଧ୍ୟରେ ୫୬ତମ ନେହରୁ କପର ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏହି ସମୟରେ ଉଭୟ ଟିମର ଖେଳାଳିଙ୍କ ମଧ୍ୟରେ ହାତାହାତି ହୋଇଥିଲା ଏବଂ ଟର୍ଫରେ ହିଁ ଉଭୟ ଟିମର ଖେଳାଳି ହକି ବ୍ୟାଟରେ ପ୍ରୟୋଗ କରିଥିଲେ । ଏହି ଘଟଣା ପରେ ହକି ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ଆୟୋଜକଙ୍କୁ ବିସ୍ତୃତ ରିପୋର୍ଟ ମାଗିଥିଲେ । 

ରିପୋର୍ଟର ସମୀକ୍ଷା କରି ଓ ଭିଡିଓ ସାକ୍ଷ୍ୟ ଦେଖିବା ପରେ ହକି ଇଣ୍ଡିଆର ଉପାଧ୍ୟକ୍ଷ ଭୋଲାନାଥ ସିଂହଙ୍କ ଅଧ୍ୟକ୍ଷତାରେ କମିଟି ସର୍ବସମ୍ମତି କ୍ରମେ ପଂଜାବ ସଶସ୍ତ୍ର ପୋଲିସ ଓ ପଂଜାବ ନ୍ୟାସନାଲ ବ୍ୟାଙ୍କର ଖେଳାଳି କ୍ରମଶଃ ୧୨-୧୮ ମାସ ଓ ୬-୧୨ ମାସ ପାଇଁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଛି । 

ହକି ଇଣ୍ଡିଆ ନିଜର ବୟାନରେ କହିଛି ଯେ, କମିଟି ପଂଜାବ ସଶସ୍ତ୍ର ପୋଲିସର ଖେଳାଳି ହରଦୀପ ସିଂହ ଓ ଜସକରନ ସିଂହଙ୍କ ଉପରେ ୧୮ ମାସ ପାଇଁ କଟକଣା ଲଗାଇଛି । ସେହିପରି ଦୁପିନ୍ଦରଦୀପ ସିଂହ, ଜଗମୀତ ସିଂହ, ସୁଖପ୍ରୀତ ସିଂହ, ସରବନଜୀତ ସିଂହ ଓ ବଲବିନ୍ଦର ସିଂହଙ୍କୁ ହକି ଇଣ୍ଡିଆର ଆଚରଣ ବିଧି ଉଲଂଘନ ପାଇଁ ଡିସେମ୍ବର ୧୧ରୁ ୧୨ ମାସ ପାଇଁ ନିଲମ୍ବିତ କରିଛି । 

ଏଥିରେ କୁହାଯାଇଛି ଯେ, ସ୍ତର-୩ ଅପରାଧ ପାଇଁ ଟିମ ମ୍ୟାନେଜର ଅମିତ ସଂଧୁଙ୍କୁ ମଧ୍ୟ ୧୮ ମାସ ପାଇଁ ନିଲମ୍ବିତ କରାଯାଇଛି । ପଂଜାବ ଟିମକୁ ୩ ମାସ ପାଇଁ ନିଲମ୍ବିତ କରିବାକୁ ସୁପାରିଶ କରାଯାଇଛି । ଟିମ ୨୦୨୦ ମାର୍ଚ୍ଚ ୧୦ରୁ ଜୁନ ୯ ଯାଏଁ ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବ ନାହିଁ । ପଂଜାବ ନ୍ୟାସନାଲ ବ୍ୟାଙ୍କର ଖେଳାଳି ସୁଖଜୀତ ସଂହ, ଗୁରସିମରନ ସିଂହ ଓ ସୁମିତ ଟୋପ୍ପୋଙ୍କୁ ୧୨ ମାସ ପାଇଁ ନିଲମ୍ବିତ କରି ଦିଆଯାଇଛି । ସେହିପରି ଟିମର ଅଧିନାୟକ ଜସବୀର ସିଂହଙ୍କୁ ୬ ମାସ ପାଇଁ ନିଲମ୍ବିତ କରାଯାଇଛି । ଟିମର ମ୍ୟାନେଜର ସୁଶୀଲ କୁମାର ଦୁବେଙ୍କୁ ୬ ମାସ ପାଇଁ ନିଲମ୍ବିତ କରାଯାଇଛି । 

  

 

  • Tags:

Subscribe

National International State Sports Entertainment