ଟୋକିଓ ଅଲିମ୍ପିକ୍ସ: ଆଜି ଟ୍ରାକ୍‌ରେ ଦୌଡ଼ିବେ ଓଡ଼ିଆ ଝିଅ ଦୂତୀ ଚାନ୍ଦ, କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ
Khabar Odisha:Sports-Dutee-Chand-to-run-100-metre-round-hit-1-in-Tokyo-Olympic-today

ଟୋକିଓ, ଜୁଲାଇ ୩୦ (ଖବର ଓଡ଼ିଶା): ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମାନଙ୍କ ପାଇଁ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ । ସେହିପରି ଓଡ଼ିଶା ବାସୀଙ୍କ ମଧ୍ୟ ଏହି ଦିନଟି ସ୍ମରଣୀୟ ହୋଇ ରହିବ । ଓଡ଼ିଆ ଝିଅ ଦୂତୀ ଚାନ୍ଦ ଆଜି ସକାଳ ୮ଟା ୪୫ମିନିଟରେ ମହିଳା ୧୦୦ ମିଟର ପ୍ରଥମ ରାଉଣ୍ଡ ୧ ହିଟ୍ ପାଇଁ ଟ୍ରାକରେ ଦୌଡ଼ିବେ । ଟ୍ରାକରେ ଦୌଡ଼ିବା ପୂର୍ବରୁ ଦୂତୀ ଚାନ୍ଦ ଜୋରଦାର ଅଭ୍ୟାସ କରିଛନ୍ତି । ରିଓ ଅଲିମ୍ପିକ୍ସ-୨୦୧୬ରେ ଦୂତୀ ଚାନ୍ଦ ପଦକ ପାଇବାରୁ ବଂଚିତ ହୋଇଥିବାରୁ ଏଥର ସେ ଏହା ପୂରଣ କରିବାକୁ ଆଶା ରଖିଛନ୍ତି । 

ଅନ୍ୟପଟରେ ଭାରତ କ୍ୱାର୍ଟରଫାଇନାଲରେ ୩ଟି କ୍ରୀଡ଼ାରେ ଅଂଶଗ୍ରହଣ କରୁଛି । ବେଡମିଣ୍ଟନରେ ପିଭିସିନ୍ଧୁ ଜାପାନର ୟାମାଗୁଚିଙ୍କୁ ମୁକାବିଲା କରିବେ । ପୁରୁଷ ହକି ଟିମ କ୍ୱାର୍ଟରଫାଇନାଲ ମ୍ୟାଚରେ ଜାପାନ ସହିତ ଖେଳିବ । ବକ୍ସିରେ ଲଭଲୀନା ବୋରଗୋହାଇନ, ପୂଜାରାଣୀ ଓ ସତୀଶ କୁମାର ପଦକ ପାଇଁ ଉଦ୍ୟମ କରିବେ । 

ଏତଦ ବ୍ୟତୀତ ଭାରତ ଆଜି ସୁଟିଂ, ତୀରନ୍ଦାଜୀ, ଗଲ୍ଫ, ଆଥଟେଲ, ନୌକାଯାନ, ଭାରତୀୟ ମହିଳା ହକି ଟିମ ୮ଟା ୧୫ରେ ଆୟରଲ୍ୟାଣ୍ଡକୁ ମୁକାବିଲା କରିବ । 

 

  • Tags:

Subscribe

National International State Sports Entertainment