ପତ୍ନୀଙ୍କୁ ଛାଡ଼ିଲେ କ୍ରିକେଟର ଶିଖର ଧୱନ, ୯ବର୍ଷରେ ତୁଟିଲା ବୈବାହିକ ସଂପର୍କ!
Khabar Odisha:Sports-Know-about-love-story-of-Shikhar-Dhawan-and-Ayesh-Mukherjee

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୮ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ୍ ଟିମ୍‌ର ବାମହାତୀ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ଶିଖର ଧୱନ ଓ ପତ୍ନୀ ଆୟଶା ମୁଖାର୍ଜୀ ଅଲଗା ହୋଇଛନ୍ତି । ଉଭୟଙ୍କ ମଧ୍ୟ ୯ ବର୍ଷର ବୈବାହିକ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ମାତ୍ର ଏପର୍ଯ୍ୟନ୍ତ ଶିଖର ଧୱନ ବିଦ୍ଧିବଦ୍ଧ ଭାବେ ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଆୟଶା ନିଜର ଇନଷ୍ଟ୍ରାଗ୍ରାମ ସାଇଟଷର ଏକ ଆବେଗପୂର୍ଣ୍ଣ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ ଧୱନ ଏବଂ ଆୟଶା ୨୦୧୨ ମସିହାରେ ଶିଖ ଋତିନୀତି ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କର ୯ ବର୍ଷୀୟ ଏକ ପୁଅ (ଜୋରାଭର) ଅଛି । ଆୟଶାଙ୍କ ମା’ ବଙ୍ଗାଳୀ ହୋଇଥିବା ବେଳେ ପିତା ଅଷ୍ଟ୍ରେଲୀୟ ଥିଲେ । ଆଶୟାଙ୍କ ଅଭିଭାବକ ଭାରତରେ ପ୍ରଥମେ ଦେଖାସାକ୍ଷାତ ହୋଇଥିଲେ । ପରେ ଅଷ୍ଟ୍ରେଲିଆ ଚାଲିଯାଇଥିଲେ । କିନ୍ତୁ ଆୟଶା ଭାରତରେ ଜନ୍ମଗ୍ରହଣ କରିଥିଲେ । 

ଧୱନ ଏବଂ ଆୟଶା ଫେସବୁକ ମାଧ୍ୟମରେ ସଂପର୍କରେ ଆସିଥିଲେ । ଉଭୟଙ୍କୁ ଭେଟାଇବାରେ ଭାରତୀୟ କ୍ରିକେଟ ଟିମର ପୂର୍ବର ସ୍ପିନର ହରଭଜନ ସିଂହଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ସେ ଫେସବୁକ ଆକାଉଣ୍ଟରେ ଆୟଶାଙ୍କ ଫଟୋ ଦେଖିଥିଲେ । ତାପରେ ସଂପର୍କ ଘନିଷ୍ଠ ହୋଇଥିଲା । ଆୟଶା ମେଲବର୍ଣ୍ଣର ବକ୍ସର ଥିଲେ । ଧୱନଙ୍କୁ ବିବାହ କରିବା ପୂର୍ବରୁ ଆୟଶାଙ୍କ ୨ଟି ଝିଅ ଥିଲେ । ସୂଚନାଯୋଗ୍ୟ ଧୱନଙ୍କୁ ଶେଷ ଥର ପାଇଁ ପଡ଼ିଆରେ ଶ୍ରୀଲଙ୍କା ବିରୋଧରେ ଜୁଲାଇ ମାସରେ ଦେଖିବାକୁ ମିଳିଥିଲା । ଏହି ଗସ୍ତରେ ଧୱନ ଭାରତୀୟ ଟିମର ନେତୃତ୍ୱ ନେଇଥିଲେ । ଭାରତ ଏହି ଗସ୍ତରେ ଦିନିକିଆ ସିରିଜକୁ ୨-୧ରେ ଜିତିଥିବା ବେଳେ   ଟି-୨୦ ଶୃଙ୍ଖାକୁ ୧-୨ରେ ହାରିଥିଲା । 

 

  • Tags:

Subscribe

National International State Sports Entertainment