ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇଲା ଇଣ୍ଡିଆ ଲିଜାଣ୍ଡସ, ମୁନାଫ ପଟେଲଙ୍କୁ ୪ ୱିକେଟ
Khabar Odisha:Sports-India-legends-Vs-Sri-Lanka-legends-3rd-match-India-legends-won-by-5-wickets

ମୁମ୍ବାଇ, ମାର୍ଚ୍ଚ ୧୧ (ଖବର ଓଡ଼ିଶା): ଇଣ୍ଡିଆ ଲିଜାଣ୍ଡସ ମଙ୍ଗଳବାର ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ଟିମକୁ ୫ ୱିକେଟରେ ପରାସ୍ତ କରିଛି । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ତରଫରୁ ଭାରତକୁ ୧୩୯ ରନ ବିଜୟ ଲକ୍ଷ୍ୟ ଦିଆଯାଇଥିଲା । ଭାରତ ଏହି ଲକ୍ଷ୍ୟକୁ ୧୮.୪ ଓଭରେ ହାସଲ କରିଛି । ଭାରତୀୟ ଟିମର ଏହି ବିଜୟରେ ଇରଫାନ ପଠାନ ଏବଂ ମହମ୍ମଦ କୈଫଙ୍କ ବଡ଼ ଭୂମିକା ରହିଛି ।  

ଇରଫାନ ପଠାନ ୩୧ଟି ବଲ ଖେଳି ୩ଟି ଛକା ଓ ୬ଟି ଚୌକା ମାରିଥିଲେ । ସେ ଅପରାଜିତ ଅର୍ଦ୍ଧଶତକ (୫୭ ରନ) ହାସଲ କରିଥିଲେ । ସେହିପରି ମହମ୍ମଦ କୈଫ ୪୫ଟି ବଲ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୪୬ ରନ କରିଥିଲେ । ପୂର୍ବତନ କୋଚ ସଂଜୟ ବାଙ୍ଗର ୧୮ ରନ, ମନପ୍ରୀତ ଗୋନୀ ଅପରାଜିତ ୧୧ ରନ ଯୋଡ଼ିଥିଲେ । 

ଓପନର ବୀରେନ୍ଦ୍ର ସେହେୱାଙ୍କ ବ୍ୟାଟ ଚାଲି ନଥିଲା । ସେହିପରି ସଚିନ ତେନ୍ଦୁଲକର ଏବଂ ସଚିନ ତେନ୍ଦୁଲକରଙ୍କ ଓପନିଂ ଯୋଡ଼ିରୁ ଭାରତକୁ କୌଣସି ଲାଭ ପହଞ୍ଚାଇ ନଥିଲା । ସେହେୱାଗ ମାତ୍ର ୩ ରନ ସଂଗ୍ରହ କରିଥିବା ବେଳେ ସଚିନ ଖାତା ଖୋଲିପାରି ନଥିଲେ । 

ଏହା ପୂର୍ବରୁ ଇଣ୍ଡିଆ ଲିଜାଣ୍ଡସ ଟିମର ଅଧିନାୟକ ସଚିନ ତେନ୍ଦୁଲକର ଟସ ଜିଣି ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତିଲକରତ୍ନେ ଦିଲସାନ (୨୩ ରନ) ଓ ରୋମେଶ କାଲୁବିତରନା (୨୧) ରନଙ୍କ ଓପନିଂ ଯୋଡ଼ି ଶ୍ରୀଲଙ୍କାର ସ୍କୋର ଭଲ ସ୍ଥିତିରେ ଥିଲା । କିନ୍ତୁ ସେମାନଙ୍କ ପରେ ଅନ୍ୟ ଖେଳାଳିମାନେ ଭଲ ଖେଳିପାରି ନଥିଲେ । ଚାମରା କପୁଗେଦରା (୨୩ ରନ) ଓ ସଚିତ୍ରା ସେନାନାୟକେ (୧୯ରନ) ଯୋଡ଼ିଥିଲେ । କିନ୍ତୁ ଦଳର ସ୍କୋର ସେତେ ଭଲ ନଥିଲା । 

ଭାରତର ଦ୍ରୁତ ବୋଲର ମୁନାଫ ପଟେଲ ୪ ଓଭରରେ ୪ ଜଣ ଖେଳାଳିଙ୍କୁ ଆଉଟ କରିଥିଲେ । ସେହିଭଳି ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ, ଇରଫାନ ପଠାନ, ମନପ୍ରୀତ ଗୋନୀ ଓ ସଂଜୟ ବାଙ୍ଗରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିିଳିଥିଲା । 

 

  • Tags:

Subscribe

National International State Sports Entertainment