ଆଇପିଏଲ: ଦିଲ୍ଲୀ ଠାରୁ ହାରିବାର ପ୍ରକୃତ କାରଣ କହିଲେ ଚେନ୍ନାଇ ଅଧିନାୟକ ଏମଏସ ଧୋନୀ
Khabar Odisha:Sports-IPL-MS-Dhoni-said-Shikhar-Dhawan-wicket-was-important-Dwayne-Bravo-not-fit-to-bowl-final-over

ଶାରଜା, ଅକ୍ଟୋବର ୧୮ (ଖବର ଓଡ଼ିଶା): ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ୨୦୨୦ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଶନିବାର ମ୍ୟାଚ ହାରିବା ପରେ କହିଛନ୍ତି, ଅପରାଜିତ ଶତକ ହାସଲ କରିଥିବା ଶିଖର ଧୱନଙ୍କ କ୍ୟାଚ ଅନେକ ଥର ଛାଡ଼ିବା ନିଜ ଦଳ ପାଇଁ ମହଙ୍ଗା ପଡ଼ିଛି । ଧୱନ ୫୮ଟି ବଲ ଖେଳି ୧୦୧ ରନ ସଂଗ୍ରହ କରିଥିବାରୁ ଚେନ୍ନାଇ ସୁପର କିଙ୍ଗସକୁ ଦିଲ୍ଲୀ ୫ ୱିକେଟରେ ପରାସ୍ତ କରିଛି । 

ଧୋନୀ ମ୍ୟାଚ ପରେ ପୁରସ୍କାର ବିତରଣ ସମାରୋହରେ କହିଛନ୍ତି ଡ୍ୱେନ ବ୍ରାଭୋ ଆହତ ହେବା କାରଣରୁ ଖେଳିପାରିଲେ ନାହିଁ । ଫଳରେ ଶେଷ ଓଭରରେ ରବୀନ୍ଦ୍ର ଜାଦେଜାଙ୍କୁ ବୋଲିଂ କରିବାକୁ ପଡ଼ିଥିଲା । ଧୋନୀ କହିଛନ୍ତି, ବ୍ରାଭୋ ସୁସ୍ଥ ନଥିଲେ । ସେ ପଡ଼ିଆରୁ ବାହରିବା ପରେ ଆଉ ଆସିପାରି ନଥିଲେ । ମୋ ପାଖରେ ଜାଦେଜା ଅଥବା କର୍ଣ୍ଣ ଶର୍ମା ବୋଲିଂ କରବାର ଏକମାତ୍ର ବିକଳ୍ପ ଥିଲା । ତେଣୁ ମୁଁ ଜାଦେଜାଙ୍କୁ ବାଛିଲି । 

ଧୋନୀ କହିଛନ୍ତି, ଶିଖର ଧୱନଙ୍କ ୱିକେଟ ଚେନ୍ନାଇ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଆମେ ତାଙ୍କର କ୍ୟାଚ ଅନେକ ଥର ଛାଡିଛୁ । ସେ ବ୍ୟାଟିଂ ଜାରି ରଖିଥିଲେ । ପିଚ ସହଜ ହେବା କାରଣରୁ ସ୍ଥିତି ସହଜ ହୋଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଟିମକୁ ୧୦ ରନ କମ ମିଳିଥିଲା । କିନ୍ତୁ ପରେ ବ୍ୟାଟିଂ କରିଥିବା ଦଳ ୧୦ ରନ ଅଧିକ କରିଥିଲା । 

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୪ଟି ୱିକେଟ ହରାଇ ୧୭୯ ରନ କରିଥିଲା । ଜବାବରେ ଦିଲ୍ଲୀ ୧୯.୫ ଓଭରରେ ୫ଟି ୱିକେଟ ହରାଇ ୧୮୫ ରନ କରିଥିଲା । ଚେନ୍ନାଇ ଶେଷ ଓଭରର ୫ଟି ବଲ ଦେଇ ୧୮ ରନ ଖର୍ଚ୍ଚ କରିଥିଲା ।  

   

 

  • Tags:

Subscribe

National International State Sports Entertainment