ଆଇପିଏଲ: ମୁମ୍ବାଇ ଠାରୁ ଦିଲ୍ଲୀ ହାରିବାର କାରଣ କହିଲେ ଅଧିନାୟକ ଶ୍ରେୟସ ଆୟର
Khabar Odisha:Sports-IPL-Delhi-Capitals-captain-Shreyas-Iyer-said-the-reason-behind-defeat-against-Mumbai-Indians

ଆବୁଧାବୀ, ଅକ୍ଟୋବର ୧୨ (ଖବର ଓଡ଼ିଶା): ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୫ ୱିକେଟରେ ପରାସ୍ତ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍‌ସର ଅଧିନାୟକ ଶ୍ରେୟସ ଆୟର କହିଛନ୍ତି ଟିମ ୧୦-୧୫ ରନ କମ କରିଥିଲା ଏବଂ ଏଥିଲାଗି ପରାଜୟ ମିଳିଛି । ଦିଲ୍ଲୀ ରବିବାର ସ୍ଥାନୀୟ ଶେଖ ଜୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗର ୨୭ତମ ମ୍ୟାଚରେ ଶିଖର ଧୱନଙ୍କ ଅପରାଜିତ ୬୯ ରନ ବଳରେ ମୁମ୍ବାଇକୁ ୧୬୩ ରନର ବିଜୟ ଲକ୍ଷ୍ୟ ଦେଇଥିଲା । 

ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାର ଯାଦବ ଓ କ୍ୱିଣ୍ଟନ ଡି କକଙ୍କ ୫୩ ରନ ବଳରେ ଦିଲ୍ଲୀ ଠାରୁ ମିଳିଥିବା ବିଜୟ ଲକ୍ଷ୍ୟକୁ ୫ ୱିକେଟରେ ୨ଟି ବଲ ବାକି ଥାଇ ହାସଲ କରିଥିଲା । ମ୍ୟାଚ ପରେ ଆୟର କହିଥିଲେ, ଆମେ ୧୦-୧୫ ରନ କମ କରିଥିଲୁ । ମୋ ମତରେ ୧୭୫ ରନ ହୋଇଥିଲେ ଭଲ ହୋଇଥାନ୍ତା । ମାର୍କସ ଷ୍ଟୋଇନିସ ଯେତେବେଳେ ଆଉଟ ହୋଇଥିଲେ ତାହା ଆମକୁ ବଡ଼ କ୍ଷତି ହୋଇଥିଲା । ଆୟର କହିଥିଲେ, ଆମକୁ ଫିଲ୍ଡିଙ୍ଗ ଦିଗରେ ମଧ୍ୟ ସଂଶୋଧନ ଆଣିବାର ଅଛି । 

ଦିଲ୍ଲୀ ଅଧିନାୟକ ଆୟର କହିଛନ୍ତି ଯେ ଏହା ଏକ ଏଭଳି ସମୟ, ଯାହାକି ଆମକୁ ଏକାଠି ହୋଇ କାମ କରିବାର ଅଛି । ଆମକୁ ଫିଲ୍ଡିଙ୍ଗ ଦିଗରେ ଭଲ କାମ କରିବାର ଅଛି । ଆଗାମୀ ମ୍ୟାଚରେ ନିଜର ମାନସିକତା ଉପରେ ମଧ୍ୟ ରଣନୀତି ପ୍ରସ୍ତୁତ କରିବାକୁ ହେବ । କୌଣସି ଜିନିଷକୁ ଅତି ହାଲୁକା ଭାବେ ନ ନିଆଯିବା ଦରକାର । 

 

  • Tags:

Subscribe

National International State Sports Entertainment