ଆଇପିଏଲ: ପଂଜାବ ଠାରୁ ହାରିବା ପରେ ବାଙ୍ଗାଲୋର ଅଧିନାୟକ କୋହଲି କହିଲେ ଏମିତି
Khabar Odisha:Sports-Cricket-IPL-Royal-Challenger-Bangalore-captain-Virat-Kohli-said-why-his-team-lost-to-KXIP-in-Sharjah

ଶାରଜା, ଅକ୍ଟୋବର ୧୬ (ଖବର ଓଡ଼ିଶା): ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି କିଙ୍ଗସ ଇଲେଭେନ ପଂଜାବ ଠାରୁ ୮ ୱିକେଟରେ ହାରିବା ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ଭାବିଥିଲେ ଯେ, ମ୍ୟାଚ ୧୮ ଓଭରରେ ଶେଷ ହୋଇଯିବ । କିନ୍ତୁ ସାମାନ୍ୟ ଚାପ ନେଇ ଖେଳିରେ ସବୁ ସମ୍ଭବ ହୋଇଯିବ । ଟସ ଜିଣି ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୬ ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା । ଫଳରେ ପଂଜାବକୁ ୧୭୨ରନର ବିଜୟ ଲକ୍ଷ୍ୟ ମିଳିଥିଲା । ପଂଜାବ ବିଜୟ ଲକ୍ଷ୍ୟକୁ ୨ ୱିକେଟରେ ପୂରା କରିଥିଲା । ଟିମ ଶେଷ ଓଭରରେ ଭଲ ରନ କରି ନିଜର ସ୍କୋରକୁ ୧୭୭ ରନରେ ପହଂଚାଇଥିଲା । 

ଅଧିନାୟକ କୋହଲି ମ୍ୟାଚ ପରେ ପୁରସ୍କାର ବିତରଣୀ ସମାରୋହରେ କହିଥିଲେ, ଆମେ ଭାବିଥିଲୁ ଯେ, ମ୍ୟାଚ ୧୮ ଓଭରରେ ଶେଷ ହୋଇଯିବ । ଶେଷ ଓଭରରେ ଆମେ ସାମାନ୍ୟ ଚାପରେ ଥିଲୁ । କିନ୍ତୁ କୋହଲି ପଂଜାବର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି । ୩୯ଟି ବଲ ଖେଳି ୪୮ ରନ କରିଥିବା କୋହଲି କହିଛନ୍ତି, ପଂଜାବ ଟିମ ଭଲ ପ୍ରଦର୍ଶନ କରିଛି । 

ସେ ଏବି ଡିଭିଲିୟର୍ସଙ୍କୁ ୬ଷ୍ଠ ସ୍ଥାନରେ ପଠାଇବା ନେଇ କହିଛନ୍ତି ଆମେ ପୂର୍ବରୁ ଏଭଳି କଥା ହୋଇଥିଲୁ । ଆମେ ଚାହୁଁଥିଲୁ ଯେ, ବ୍ୟାଟିଂ ସମୟରେ ବାମହାତୀ ଓ ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କମ୍ବିଂନେସନ ରହୁ । କାରଣ ପଂଜାବ ଟିମରେ ୨ ଜଣ ସ୍ପିନର ଥିଲେ । ଅନେକ ସମୟରେ ନିଜ ହିସାବରେ ହୋଇ ନଥାଏ । ଆମେ ଚାହୁଁଥିଲୁ ଯେ, ଶିଭମ ଦୁବେ ଓ ୱାଶିଂଟନ ସୁନ୍ଦରଙ୍କୁ ବ୍ୟାଟିଂ ସୁଯୋଗ ମିଳୁ । 

  

 

  • Tags:

Subscribe

National International State Sports Entertainment