ଆଇପିଏଲ୍‌: ପଂଜାବ କିଙ୍ଗ୍‌ସକୁ ୬ ୱିକେଟ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍‌ସ
Khabar Odisha:Sports-Chennai-beat-Punjab-Kings-by-6-wickets-these-players-were-the-heroes-of-match

ମୁମ୍ବାଇ, ଏପ୍ରିଲ ୧୭ (ଖବର ଓଡ଼ିଶା): ଆଇପିଏଲ୍ ୨୦୨୧ର ୮ମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ପଂଜାବ କିଙ୍ଗ୍‌ସ ମଧ୍ୟରେ ମୁକାବିଲା ହୋଇଛି । ଏହି ମ୍ୟାଚରେ ପଂଜାବ ପ୍ରଥମେ ବ୍ୟାଟିଂ କରି ୮ଟି ୱିକେଟ ହରାଇ ୧୦୬ ରନ୍ କରିଥିଲା । ଚେନ୍ନାଇ ଏହି ସାଧାରଣ ଲକ୍ଷ୍ୟକୁ ସହଜରେ ପୂରା କରିଥିଲା । ଶୁକ୍ରବାର ଦିନ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇ ସବୁ ବିଭାଗକୁ ସୂଚାରୁ ରୂପେ ପରିଚାଳନା କରିଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଖେଳୁଥିବା ଚେନ୍ନାଇ ୧୫.୪ ଓଭରରେ ୪ଟି ୱିକେଟ ହରାଇ ୧୦୭ ରନ କରିବା ସହିତ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଥିଲା । 

ଚେନ୍ନାଇର ଦ୍ରୁତ ବୋଲର ଦୀପକ ଚାହରଙ୍କ ସମ୍ମୁଖରେ ପଂଜାବର ବ୍ୟାଟ୍ସମ୍ୟାନ ଆତ୍ମସମର୍ପଣ କରିଥିଲେ । ଚାହର ୪ଓଭର ବୋଲିଂ କରି ମାତ୍ର ୧୩ ରନ ଖର୍ଚ୍ଚ କରିଥିବା ବେଳେ ନେଇଥିଲେ ୪ଟି ୱିକେଟ । ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ, ନିକୋଲାସ ପୂରନ ଓ ଦୀପକ ହୁଡ୍ଡାଙ୍କୁ ସେ ଆଉଟ କରିଥିଲେ । ଆଇପିଏଲରେ ଚାହରଙ୍କ ଏହା ଥିବା ସର୍ବଶ୍ରେଷ୍ଠ ପ୍ରଦର୍ଶନ । 

ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଂଜାବ ଦ୍ୱାରା ଦିଆଯାଇଥିବା ଛୋଟ ଲକ୍ଷ୍ୟକୁ ପୂରା କରିବା ପାଇଁ ଚେନ୍ନାଇର ଟିମ ନିଜର ପ୍ରଥମ ଖୁବ ଶିଘ୍ର ହରାଇଥିଲା । ଏହା ପରେ ଫାପ୍ ଡୁପ୍ଲେସିସ ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ କ୍ରିଜରେ ଛିଡ଼ା ହୋଇ ନିଜର ଟିମକୁ ଜିତାଇଥିଲେ । ସେ ଅପରାଜିତ ୩୬ ରନ ସଂଗ୍ରହ କରିଥିଲେ । 

 

  • Tags:

Subscribe

National International State Sports Entertainment