ସୁଯୋଗକୁ ହାତଛଡ଼ା କରୁଛନ୍ତି ଟିମ୍ ଇଣ୍ଡିଆର ଏହି ବୋଲର, ୨ଟି ମ୍ୟାଚରେ ନେଇପାରିଲେନି ଗୋଟିଏ ବି ୱିକେଟ୍‌
Khabar Odisha:Sports-Avesh-Khan-team-india-bowler-in-2nd-T20-against-South-Africa

ନୂଆଦିଲ୍ଲୀ, ଜୁନ୍ ୧୩ (ଖବର ଓଡ଼ିଶା): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟି୨୦ ଶୃଙ୍ଖଳା ଯୁବ ଖେଳାଳିଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି ଶୃଙ୍ଖଳାରେ ବରିଷ୍ଠମାନଙ୍କୁ ବିଶ୍ରାମ ଦିଆଯାଇଛି । ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇ, ଏଥିରୁ ଲାଭ ଉଠାଇବା ପାଇଁ କୁହାଯାଇଛି । କିନ୍ତୁ ଯୁବ ଘାତକ ବୋଲର ଏହି ସୁଯୋଗର ସଠିକ ବ୍ୟବହାର କରିପାରି ନାହାନ୍ତି । 

ଦକ୍ଷିଣ ଆଫ୍ରିକା ବିରୋଧରେ ଲଗାତାର ୨ୟ ମ୍ୟାଚରେ ଟିମ ଇଣ୍ଡିଆର ବୋଲର ଫ୍ଲପ ପ୍ରମାଣିତ ହୋଇଛନ୍ତି । ଏହି ଶୃଙ୍ଖଳାରେ ଜସପ୍ରୀତ ବୁମରା ଓ ମହମ୍ମଦ ଶାମୀ ଭଳି ଦ୍ରୁତ ବୋଲରଙ୍କୁ ବିଶ୍ରାମ ଦିଆଯାଇଛି । ଏହି କାରଣରୁ ଯୁବ ବୋଲରଙ୍କୁ ସୁଯୋଗ ଦିଆଯାଇଛି । ଆଇପିଏଲ ୨୦୨୨ର ଷ୍ଟାର ଖେଳାଳି ଆଭେସ ଖାନଙ୍କୁ ଏହି ସିରିଜରେ ଲଗାତାର ଖେଳିବାକୁ ସୁଯୋଗ ମିଳିଛି । କିନ୍ତୁ ସେ ଏଥିରୁ ଲାଭ ଉଠାଇ ପାରିନାହାନ୍ତି ।

ଆଭେସ ଖାନ ପାଇଁ ଆଇପିଏଲର ଗତ ୨ ବର୍ଷ ବହୁତ ଭଲ ରହିଛି । କିନ୍ତୁ ସେ ଟିମ୍ ଇଣ୍ଡିଆ ପାଇଁ କୀତ୍ତିମାନ ହୋଇପାରି ନାହାନ୍ତି । ୨ଟି ମ୍ୟାଚ ଖେଳି ଗୋଟିଏ ବି ୱିକେଟ ନେଇପାରି ନାହାନ୍ତି । ତେଣୁ ତାଙ୍କୁ ଆଗାମୀ ମ୍ୟାଚରେ ବାହାରେ ବସିବାକୁ ପଡ଼ିପାରେ । ଆଭେସ ଖାନ ଟିମ୍ ଇଣ୍ଡିଆ ପାଇଁ ମୋଟ ୪ଟି ମ୍ୟାଚ ଖେଳିଛନ୍ତି ଓ ୨ଟି ୱିକେଟ ନେଇଛନ୍ତି । 

 

  • Tags:

Subscribe

National International State Sports Entertainment