ବ୍ରିସବେନ୍ ଟେଷ୍ଟ: ୪ର୍ଥ ଦିନରେ ଅଷ୍ଟ୍ରେଲିଆର ୨ୟ ପାଳି ବ୍ୟାଟିଂ ଜାରି, ସ୍କୋର ୧୩୦-୪
Khabar Odisha:Sports-Australia-vs-India-4th-Test-at-Brisben-Day-4-1st-Session--Australia-opt-to-bat

ବ୍ରିସବେନ, ଜାନୁଆରୀ ୧୭ (ଖବର ଓଡ଼ିଶା): ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ୪ର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍‌ରେ ସୋମବାର ୪ର୍ଥ ଦିନରେ କଙ୍ଗାରୁ ଦଳ ୨ୟ ପାଳିରେ ୪ଟି ୱିକେଟ ହରାଇ ୧୩୦ ରନ୍ ସଂଗ୍ରହ କରିଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବ୍ରିସବେନ୍‌ର ଦ ଗାୱା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆୟୋଜକ କଙ୍ଗାରୁ ଦଳ ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଶେଷ ରିପୋର୍ଟ ଲେଖାଯିବା ବେଳକୁ କ୍ରିଜରେ ଅଛନ୍ତି ଷ୍ଟିଭ ସ୍ମିଥ ଓ କେମରନ ଗ୍ରୀନ ।

ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆର ଓପନର ମାର୍କସ ହେରିସ ଓ ଡେଭିଡ ୱାର୍ଣ୍ଣର ଯଥାକ୍ରମେ ୩୮ ଓ ୪୮ ରନ କରିଥିଲେ । ହେରିସଙ୍କୁ ଶାର୍ଦ୍ଦୁଲ ଠାକୁର ଓ ୱାର୍ଣ୍ଣରଙ୍କୁ ୱାଶିଂଟନ ସୁନ୍ଦର ଆଉଟ କରିଥିଲେ । ମାର୍ନୁସ ଲବୁସଚେଞ୍ଜ ୨୫ ରନ ଯୋଡ଼ିଥିବା ବେଳେ ମ୍ୟାଥ୍ୟୁ ୱାଡେ ଖାତା ଖୋଲି ନପାରି ମହମ୍ମଦ ସିରାଜଙ୍କ ଦ୍ୱାରା ଆଉଟ ହୋଇଥିଲେ । ମାର୍ନୁସଙ୍କୁ ସିରାଜ ଆଉଟ କରିଥିଲେ । 

ଭାରତ ପ୍ରଥମ ଇନିଂସରେ ଲଢୁଆ ବ୍ୟାଟିଂ କରି ୩୩୬ ରନ କରିଥିଲା । ଓପନର ରୋହିତ ଶର୍ମା (୪୪ ରନ୍‌), ଶୁଭମନ ଗିଲ (୭ରନ), ଚେତେଶ୍ୱର ପୂଜାରା (୨୫ରନ୍‌) ଅଧିନାୟକ ଆଜିଙ୍କ୍ୟ ରାହାଣେ ୩୭ ରନ, ମୟଙ୍କ ଅଗ୍ରୱାଲ ୩୮ ରନ, ଋଷଭ ପନ୍ତ ୨୩ ରନ, ୱାଶିଂଟନ ସୁନ୍ଦର ୬୨ ରନ, ଶାର୍ଦ୍ଦୁଲ ଠାକୁର ୫ ରନ, ନଭଦୀପ ସଇନୀ ୧୩ ରନ ଓ ଟି ନଟରାଜନ ୧ ରନ କରିଥିଲେ । 

ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୬୯ ରନ କରିଥିଲା ।  ଭାରତୀୟ ବୋଲର ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ଓ ଟି ନଟରାଜନଙ୍କୁ ୩-୩ଟି ୱିକେଟ ମିଳିଥିବା ବେଳେ ମହମ୍ମଦ ସିରାଜକୁ ଗୋଟିଏ ୱିକେଟ ମିିଳିଥିଲା ।  

 

  • Tags:

Subscribe

National International State Sports Entertainment