ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନଶିପରେ ହାରିଲେ ପିଭି ସିନ୍ଧୁ, ଭାରତର ଅଭିଯାନ ଶେଷ
Khabar Odisha:Sports-All-England-badminton-championship-PV-Sindhu-loses-to-Okuhara-in-quarters

ବର୍ମିଂହାମ, ମାର୍ଚ୍ଚ ୧୪ (ଖବର ଓଡ଼ିଶା): ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନଶିପର କ୍ୱାର୍ଟର ଫାଇନାଲ ମୁକାବିଲାରେ ଭାରତର ସବୁଠାରୁ ବଡ଼ ଆଶା ପିଭି ସିନ୍ଧୁଙ୍କୁ ହାରିବାକୁ ପଡିଛି । ବିଶ୍ୱ ବିଜୟିନୀ ସିନ୍ଧୁଙ୍କୁ ମହିଳା ଏକକର କ୍ୱାର୍ଟର ଫାଇନାଲରେ ଜାପାନର ନୋଜୋମୀ ଓକୁହାରା ପରାସ୍ତ କରିଛନ୍ତି । ଓକୁହାରା ୧ ଘଣ୍ଟା ୮ ମିନିଟ ଯାଏଁ ଚାଲିଥିବା ମୁକାବିଲାରେ ସିନ୍ଧୁଙ୍କୁ ୧୨-୨୧, ୨୧-୧୫, ୨୧-୧୩ରେ ପରାସ୍ତ କରିଛନ୍ତି । ଏଥି ସହ ପିଭି ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଯାଇଛି ।   

ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କୁ ୬ଷ୍ଠ ସିଡ ମିଳିଥିଲା । ସେ ଓକୁହାରାଙ୍କୁ ହରାଇ ଗତ ବର୍ଷ ଅଗଷ୍ଟରେ ବିଶ୍ଚ ଚାମ୍ପିଅନ ଟାଇଟଲ ଜିତିଥିଲେ । କିନ୍ତୁ ଓକୁହାରା ଇଂଲଣ୍ଡରେ ସେହି ପରାଜୟର ପ୍ରତିଷୋଧ ନେଇଛନ୍ତି । ଏହି ୨ ଖେଳାଳିଙ୍କ ପାଇଁ ଏହା ଥିଲା ୧୭ତମ ମୁକାବିଲା । ଏଥିରେ ୯ ଥର ଜିତିଛନ୍ତି ପିଭି ସିନ୍ଧୁ ।  ସିନ୍ଧୁଙ୍କ ଏହି ପରାଜୟ ସହିତ ଭାରତର ଅଭିଯାନ ଶେଷ ହୋଇଛି । 

 

  • Tags:

Subscribe

National International State Sports Entertainment