ରାୟପୁର: ଆଜି ରାୟପୁରରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳା ଯାଉଛି । ମ୍ୟାଚରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବୃା ବାଭୁମା ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରିବ । ଗତ ମ୍ୟାଚରେ ମଧ୍ୟ ଟାସ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ତିନୋଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି । ଭାରତର ଚୂଡାନ୍ତ ଏକାଦଶ ଅପରିବର୍ତ୍ତିତ ରହିଛି ।
ଦକ୍ଷିଣ ଆଫ୍ରିକା ଦଳରେ ଆଜି ତିନୋଟି ପରିବର୍ତ୍ତନ ହୋଇଛି । ନିୟମିତ ଅଧିନାୟକ ତେମ୍ବା ବାଭୁମାଙ୍କ ସହ କେଶବ ମହାରାଜ ଓ ଲୁଙ୍ଗି ଏନଙ୍ଗିଡିଙ୍କ ଚୂଡାନ୍ତ ଏକାଦଦକୁ ପ୍ରତ୍ୟାବର୍ତ୍ତନ ଘଟିଛି । ଭାରତ ଖେଳାଳି ଏକାଦଶରେ କୌଣସି ପରିବର୍ତ୍ତନ କରିନି । ସିରିଜର ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । ଆଜିର ମ୍ୟାଚ୍ ଜିତି ଭାରତ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି । ସେପଟେ ଦକ୍ଷିଣ ଆଫ୍ରିକା ସିରିଜ ବରାବର କରିବାକୁ ଆଜି ପୂରା ଉଦ୍ୟମ କରିବ ।
ଦକ୍ଷିଣ ଆଫ୍ରିକା
କ୍ୱିଣ୍ଟନ ଡିକକ(ୱିକେଟ୍ କିପର), ଆଡନ ମାରକ୍ରମ, ତେମ୍ବା ବାଭୁମା(ଅଧିନାୟକ), ମାଥ୍ୟୁ ବ୍ରେଟଜକେ, ଟୋନି ଡି ଜୋର୍ଜି, ଡିୱାର୍ଲଡ ବ୍ରେଭିସ, ମାର୍କୋ ଜନସେନ, କୋର୍ବିନ ବୋଶ, କେଶବ ମହାରାଜ, ନାନ୍ଦ୍ରେ ବର୍ଗର, ଲୁଙ୍ଗି ଏନଙ୍ଗିଡି ।
ଭାରତ
ଯଶସ୍ୱୀ ଜୟସ୍ୱାଲ, ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଏକ୍ୱାଡ, ୱାଶିଂଟନ ସୁନ୍ଦର, କେଏଲ ରାହୁଲ(ଅଧିନାୟକ/ ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣା ।