ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଯୁବ ଓପନିଂ ବ୍ୟାଟର ଶୁଭମନ ଗିଲ୍ ଏକଦିବସୀୟ କ୍ରିକେଟରେ ଏଭଳି ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି, ଯାହା ବିଶ୍ୱ କ୍ରିକେଟର ବଡ଼ ବଡ଼ ବ୍ୟାଟରମାନଙ୍କ ପାଇଁ ମଧ୍ୟ ସ୍ୱପ୍ନ ପାଲଟିଛି। ଦିନିକିଆ ଆନ୍ତର୍ଜାତୀୟକ୍ରିକେଟ ଇତିହାସରେ ଗିଲ୍ ବିଶ୍ୱର ପ୍ରଥମ ବ୍ୟାଟର ଭାବେ ଏକ ଅବିଶ୍ୱସନୀୟ ରେକର୍ଡ ନିଜ ନାମରେ କରିଛନ୍ତି। ବିଶ୍ୱ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର, ରନ୍ ମେସିନ୍ ବିରାଟ କୋହଲି କିମ୍ବା ରୋହିତ ଶର୍ମାଙ୍କ ଭଳି ଖେଳାଳି ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ରେକର୍ଡ ପାଖାପାଖି ପହଞ୍ଚି ପାରିନାହାନ୍ତି।
କ’ଣ ଏହି ମହା-ରେକର୍ଡ ?
ଏକଦିବସୀୟ କ୍ରିକେଟ୍ରେ ଗିଲ୍ ବିଶ୍ୱର ଏଭଳି ପ୍ରଥମ ବ୍ୟାଟବ୍ୟାଟର, ଯାହାଙ୍କର ବ୍ୟାଟିଂ ହାର ୬୦ ରୁ ଅଧିକ ରହିବା ସହ ଷ୍ଟ୍ରାଇକ୍ ରେଟ୍ ମଧ୍ୟ ୧୦୦ ରୁ ଅଧିକ ରହିଛି। ଦିନିକିଆ କ୍ରିକେଟ ଇତିହାସରେ ଅତିକମରେ ୧୦୦୦ ରନ୍ ସଂଗ୍ରହ କରିଥିବା ବ୍ୟାଟବ୍ୟାଟରଙ୍କ ମଧ୍ୟରେ ଏପରି କାରନାମା କରିବାରେ ଶୁଭମନ ଗିଲ୍ ହେଉଛନ୍ତି ଏକମାତ୍ର ଖେଳାଳି।
କ୍ରିକେଟର ସବୁଠାରୁ ସଫଳ ବ୍ୟାଟବ୍ୟାଟର ବିରାଟ କୋହଲିଙ୍କର ଦିନିକିଆ ଆଭରେଜ୍ ୫୮ ରୁ ଅଧିକ ଥିବାବେଳେ ଷ୍ଟ୍ରାଇକ୍ ରେଟ୍ ୯୩ ପାଖାପାଖି ରହିଛି। ସେହିପରି ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟବ୍ୟାଟର ଏବି ଡିଭିଲିୟର୍ସଙ୍କ ଆଭରେଜ୍ ୫୩.୫ ରହିଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୦୧ ରହିଛି। ଅନ୍ୟପଟେ ପାକିସ୍ତାନର ବାବର ଆଜମଙ୍କ ଆଭରେଜ୍ ୫୬ ରୁ ଅଧିକ ଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୮୮ ପାଖାପାଖି ରହିଛି। କିନ୍ତୁ ଗିଲ୍ ଏହି ସବୁ ତାରକା ଖେଳାଳିଙ୍କୁ ବ୍ୟାଟିଂ ହାର ଓ ରନ୍ ଗତି ଉଭୟ ମାମଲାରେ ମାତ୍ ଦେଇ ଶୀର୍ଷରେ ପହଞ୍ଚିଛନ୍ତି।
Also Read: ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୬ ୱିକେଟରେ ହରାଇଲା ଭାରତ, ଚମକିଲେ ଗିଲ୍, ଅକ୍ଷର ଓ ସୁନ୍ଦର