ଥିରୁଅନନ୍ତପୁରମ: ପୁଣି ବିବାଦୟ ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ତ । ଏଥର ମ୍ୟାଚ ଫିସଂ ନୁହେଁ ବରଂ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିିଛନ୍ତି ଶ୍ରୀସନ୍ଥ । ନିଜ ରାଜ୍ୟ କେରଳ କ୍ରିକେଟ ସଂଘ ତାଙ୍କୁ ୩ବର୍ଷ ଲାଗି ବାସନ୍ଦ କରିଛନ୍ତି। ସଞ୍ଜୁ ସାମସନଙ୍କୁ ଚାମ୍ପିଅନ୍ସ ଟ୍ରଫି ଲାଗି ସାମିଲ କରାଯାଇ ନ ଥିବାରୁ ରାଜ୍ୟ ସଂଘ ବିରୋଧରେ ଶ୍ରୀସନ୍ଥ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏଥିଲାଗି ସେ ଦେଇଥିବା କାରଣ ଦର୍ଶାଅ ନୋଟିସ୍ର ଉତ୍ତରରେ ତାଙ୍କ ମନ୍ତବ୍ୟ ଅପମାନଜନକ ଓ ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ କ୍ରିକେଟ ସଂଘର ହୃଦ୍ବୋଧ ହୋଇଛି।
ଏହା ଫଳରେ ରାଜ୍ୟ କ୍ରିକେଟର କୌଣସି କାର୍ଯ୍ୟକ୍ରମରେ ଶ୍ରୀସନ୍ତଙ୍କୁ ଆସନ୍ତା ୩ ବର୍ଷ ଲାଗି ଭାଗନେବାକୁ ଅନୁମତି ଦିଆଯିବ ନାହିଁ। ବର୍ତ୍ତମାନ ଶ୍ରୀସନ୍ଥ କେରଳ କ୍ରିକେଟର କୋରାମ ଏଲଜି ଦଳର ସହ-ମାଲିକ ଅଟନ୍ତି ।ତେବେ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖେଳୁଥିବା ସମୟରେ ଶ୍ରୀସନ୍ଥ ମ୍ୟାଚ ଫିସିଂର ଶୀକାର ହୋଇଥିଲେ । ପୁଣି ଏଭଳି ବିବାଦ ତାଙ୍କୁ ଅଡୁଆରେ ପକାଇଛି । ସୂଚନାଯୋଗ୍ୟ ଶ୍ରୀସନ୍ଥ ଭାରତ ପାଇଁ ୨୩ ଟେଷ୍ଟ, ୫୩ ଦିନିକିଆ ଓ ୧୦ଟି ଟି-୨୦ ଖେଳିଛନ୍ତି। ୨୦୦୭ ଟି-ଟ୍ବଣ୍ଟି ବିଶ୍ବକପ ଏବଂ ୨୦୧୧ ଦିନିକିଆ ବିଶ୍ବକପ ବିଜେତା ଦଳରେ ତାଙ୍କୁ ସାମିଲ କରାଯାଇଥିଲା ।