କୋଲକାତା, ଜାନୁଆରୀ ୧୨ (ଖବର ଓଡ଼ିଶା):
ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଗୃପ - ବି ର ଏକ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ ଓଡିଶା । ଉଭୟ ଦଳ ନିଜର ପ୍ରଥମ ଲିଗ ମ୍ୟାଚରେ ପରାଜୟ ବରଣ କରିଥିବାରୁ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବା ଲକ୍ଷ୍ୟରେ ଉଭୟ ଦଳ ପଡିଆକୁ ଓହ୍ଲାଇବେ । ଓଡିଶା ନିଜର ପ୍ରଥମ ମ୍ୟାଚରେ ବେଙ୍ଗଲ ଠାରୁ ପରାସ୍ତ ହୋଇଥିବା ବେଳେ ଆସାମ ଠାରୁ ନିଜର ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ପରାଜୟ ବରଣ କରିଛି । ଆଜିର ମ୍ୟାଚ କୋଲକାତାର ଯାଦବପୁର ବିଶ୍ୱ ବିଦ୍ୟାଳୟ ଷ୍ଟାଡିୟମରେ ଖେଳାଯିବ ।