ଆଜି ବିଦାୟୀ ମ୍ୟାଚ୍ ଖେଳିବେ ସାନିଆ
Khabar Odisha:Sania-Mirza-ends-her-career-at-place-where-it-began
ଖବର ଓଡିଶା : 05/03/2023:

ଭାରତର ଟେନିସ ରାଣୀ ସାନିଆ ମିର୍ଜାଙ୍କୁ ଦିଆଯିବ ଭବ୍ୟ ବିଦାୟ । ଆଜି ହାଇଦ୍ରାବାଦର ଲାଲ ବାହାଦୁର ଷ୍ଟାଡିୟମରେ ବିଦାୟୀ ମ୍ୟାଚ୍ ଖେଳିବେ ସାନିଆ । ଯେଉଁଠୁ ଆରମ୍ଭ କରିଥିଲେ କ୍ୟାରିଅର ସେଇଠି ହିଁ ଶେଷ କରିବେ | ଟେନିସ କୁ କରିବେ ଏଲବିଦା | ହୋମ୍ ଟାଉନରେ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ଗହଣରେ ଟେନିସକୁ ବିଦାୟ ଦେବାକୁ ଯାଉଥିବାରୁ ଖୁସିଥିବା କହିଛନ୍ତି ସାନିଆ  । ଚଳିତବର୍ଷ ଆରମ୍ଭରେ ହିଁ ନିଜ ଅବସର ନେଇ ଘୋଷଣା କରିଥିଲେ ସାନିଆ ।

୧୯ ବର୍ଷ ପୂର୍ବରୁ ୨୦୦୫ରେ କ୍ୟାରିଅର ଆରମ୍ଭ କରିଥିଲେ ସାନିଆ । ସେରେନା ୱିଲିୟମ୍ସଙ୍କ ସହ ଖେଳିଥିଲେ ପ୍ରଥମ ମ୍ୟାଚ୍‌ । ନିଜ କ୍ୟାରିୟରରେ ୧୧ଟି ଗ୍ରାଣ୍ଡସ୍ଲାମ୍‌ ଫାଇନାଲ ଖେଳିଛନ୍ତି ଭାରତର ଏହି ଟେନିସ କୁଇନ । ୬ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିଥିବା ବେଳେ ଏଥିରୁ ୩ଟି ମିକ୍ସଡ ଡବଲ୍ସ ରହିଛି । ଗ୍ରାଣ୍ଡସ୍ଲାମ୍‌ ସହ ୪୩ଟି ଡବଲ୍ସ ଟାଇଟଲ୍‌ ଜିତିଛନ୍ତି ସାନିଆ । ମହିଳା ଡବଲ୍ସ କାଟେଗୋରିରେ ୯୧ ସପ୍ତାହ ଧରି ନମ୍ବର-୧ରେ ରହିଥିଲେ ସାନିଆ ମିର୍ଜା । 

Subscribe

National International State Sports Entertainment