ଚେନ୍ନାଇ ସୁପର କିଙ୍ଗସର ନେଟ ବୋଲର ଭାବେ ମନୋନୀତ ହେଲେ ରାଜେଶ ମହାନ୍ତି
Khabar Odisha:Rajesh-Mohanty-has-been-selected-as-Chennai-Super-Kings-net-bowler
କଟକ, ମାର୍ଚ୍ଚ ୦୬ (ଖବର ଓଡ଼ିଶା):

ପୂର୍ବତନ ଭାରତୀୟ ଉଣେଇସି ଦଳରୁ କମ ଦଳର ଫାଷ୍ଟ ବୋଲର ତଥା ବର୍ତ୍ତମାନର ଓଡିଶା ଟିମର ଫାଷ୍ଟ ବୋଲର ରାଜେଶ ମହାନ୍ତି ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଦଳର ନେଟ ବୋଲର ଭାବେ ମନୋନୀତ ହୋଇଛନ୍ତି । ରାଜେଶ ବର୍ତ୍ତମାନ ଏମଆରଏଫ ସ୍ପେସ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି । ନିଜର ଖୁବ କମ କ୍ୟାରିୟର ମଧ୍ୟରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ରାଜେଶ ଚେନ୍ନାଇ ଶିବିରରୁ ବହୁ କିଛି ଶିଖିବାକୁ ଆଶା ରଖିଛନ୍ତି । ଅନ୍ୟ ପକ୍ଷରେ ରାଜେଶଙ୍କୁ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜେଶ ୧୭ ଟି ପ୍ରଥମ ଶ୍ରେଣୀ କ୍ରିକେଟ, ୧୫ ଟି ଲିଷ୍ଟ –ଏ ମ୍ୟାଚ ଏବଂ ୧୪ ଟି ଟି-୨୦ ମ୍ୟାଚ ଖେଳିଛନ୍ତି ।

  • Tags:

Subscribe

National International State Sports Entertainment