ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରିଛି। ଭାରତ ମଧ୍ୟ ପ୍ରଥମ ଟେଷ୍ଟଜିତି ଅଭ୍ୟାସ ମ୍ୟାଚ୍ ଜିତିଛି। ଏଥିରେ ଟିମ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀ ଏକାଦଶକୁ ୬ ୱିକେଟରେ ପରାସ୍ତ କରିଛି। ଏବେ ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୬ରୁ ଆଡିଲେଡରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଭାରତର ଚୂଡ଼ାନ୍ତ ଏକାଦଶ ପ୍ରାୟ ଶେଷ ହୋଇଛି। ଟିମ୍ ଇଣ୍ଡିଆର କିଛି ଖେଳାଳିଙ୍କ ସ୍ଥାନ ସ୍ଥିର ହୋଇଛି। ଏଥିରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସହ ଶୁଭମନ ଗିଲଙ୍କ ନାମ ରହିଛି।
ଅଧିନାୟକ ରୋହିତ ଶର୍ମା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳି ନଥିଲେ। ସେତେବେଳେ ସେ ମୁମ୍ବାଇରେ ଥିଲେ। କିନ୍ତୁ ଏବେ ସେ ଦଳରେ ଯୋଗ ଦେଇଛନ୍ତି। ରୋହିତ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି। ରୋହିତଙ୍କ ସହ ଗିଲ ମଧ୍ୟ ଫେରିବେ। ଶୁବମନ ଆହତ କାରଣରୁ ପ୍ରଥମ ଟେଷ୍ଟ ଖେଳିନଥିଲେ। ଏବେ ସେ ଫେରିଆସିଛନ୍ତି। ଅଭ୍ୟାସ ମ୍ୟାଚ୍ରେ ଗିଲ୍ ୫୦ ରନ୍ କରିଥିଲେ। ଏହି ସମୟରେ ସେ ୭ଟି ଚୌକା ମାରିଥିଲେ।
ଦ୍ବିତୀୟ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ହର୍ଷିତ ରାଣାଙ୍କ ସ୍ଥାନ ପ୍ରାୟ ନିଶ୍ଚିତ। ଅଭ୍ୟାସ ମ୍ୟାଚ୍ରେ ସେ ମାରାତ୍ମକ ବୋଲିଂ କରି ୬ ଓଭରରେ ୪୪ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ମଧ୍ୟ ରାଣା ଶକ୍ତି ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ସେ ୩ଟି ୱିକେଟ୍ ନେଇଥିଲେ। ଦ୍ୱିତୀୟ ଇନିଂସରେ ସେ ଗୋଟିଏ ୱିକେଟ୍ ନେଇଥିଲେ। ଏହା ସହ ୱାଶିଂଟନ ସୁନ୍ଦରଙ୍କୁ ମଧ୍ୟ ପଡ଼ିଆକୁ ଓହ୍ଲାଇବାର ସୁଯୋଗ ମିଳିପାରେ।
ଗିଲ୍ ଓ ରୋହିତଙ୍କ ପ୍ରତ୍ୟାବର୍ତ୍ତନ ପରେ ଦୁଇ ଜଣ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିବାକୁ ପଡ଼ିପାରେ। ସେଥିମଧ୍ୟରୁ ପ୍ରଥମଟି ହେଉଛି ଦେବଦତ୍ତ ପାଡିକଲ। ପର୍ଥ ଟେଷ୍ଟରେ ସେମାନେ ବିଶେଷ କିଛି କରିପାରିନଥିଲେ। ଏଥିସହିତ ଧ୍ରୁବ ଜୁରେଲଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇପାରେ।
ସମ୍ଭାବିତ ଭାରତୀୟ ଟିମ୍: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଋଷଭ ପନ୍ତ(ୱିକେଟକିପର), ଲୋକେଶ ରାହୁଲ, ନୀତୀଶ ରେଡ୍ଡୀ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ।
ଅଧିକ ପଢ଼ନ୍ତୁ: ଆଇସିସିର ଚେୟାରମ୍ୟାନ କାର୍ଯ୍ୟଭାର ସମ୍ଭାଳିଲେ ଜୟ ଶାହ