କରାଚି: ହାଇବ୍ରିଡ ମୋଡେଲ୍ରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି ୨୦୨୫। ଏ ନେଇ ସହମତି ହୋଇଛି ପାକିସ୍ତାନ। କିନ୍ତୁ ଏହାର ଆନୁଷ୍ଠାନିକ ଘୋଷଣା ବାକି ରହିଛି। ତେବେ ଏ ନେଇ ଆଇସିସି ସାମ୍ନାରେ କିଛି ସର୍ତ୍ତ ରଖିଛି ପାକିସ୍ତାନ। ପିସିବି ଅଧ୍ୟକ୍ଷ ମୋହସିନ ନକଭି ପ୍ରତିକ୍ରିୟା ଦେଇ କହିଛନ୍ତି ଯାହା ବି କିଛି ହେବ ସମ୍ମାନର ସହ ହେବ। ପିସିବି କେବଳ ଚାମ୍ପିଅନ୍ସ ଟ୍ରଫି ପାଇଁ ନୁହେଁ ୨୦୩୧ ପାଇଁ ଯୋଜନା କରୁଛି।
ପିସିବି ମୁଖ୍ୟଙ୍କ କହିବା କଥା ପାକିସ୍ତାନ ପୂରା ବରାବର ଚାହୁଁଛି। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ନକଭି କହିଛନ୍ତି, ଭିତରେ ବହୁତ କିଛି ଚାଲିଛି। ମୁଁ ଚାହୁଁନି କିଛି କଥାକୁ ନେଇ ସବୁ କିଛି ଖରାପ ହୋଇଯାଉ। ଆମର ପ୍ରୟାସ କ୍ରିକେଟ୍ର ବିଜୟ ହେଉ। ସବୁ କିଛି ଇଜ୍ଜତ ସହକାରେ ହେଉ। ଆମେ ସେହି କାମ କରିବୁ ଯାହା କ୍ରିକେଟ୍ ପାଇଁ ମଙ୍ଗଳକାରୀ। ଆମେ କେବଳ ହାଇବ୍ରିଡ ଫର୍ମୁଲା ନୁହେଁ ବରଂ କୌଣସି ବି ଫର୍ମୁଲା ସହିତ ଯିବାକୁ ପ୍ରସ୍ତୁତ। କିନ୍ତୁ ସବୁ କିଛି ବରାବର ସହକାରେ ହେବା ଦରକାର। ପାକିସ୍ତାନ ପାଇଁ ସବୁଠୁ ଅଧିକ ଜରୁରୀ ତାର ସମ୍ମାନ।
ପିସିବି ଅଧ୍ୟକ୍ଷ କହିଛନ୍ତି, ପାକିସ୍ତାନ ସବୁ ପ୍ରକାର ନିଷ୍ପତ୍ତିରେ ବରାବର ଚାହୁଁଛି। ହାଇବ୍ରିଡ ମୋଡେଲ୍ ପାଇଁ ପାକିସ୍ତାନ ଆଇସିସି ସାମ୍ନାରେ ଦୁଇଟି ସର୍ତ୍ତ ରଖିଛି। ପ୍ରଥମ ସର୍ତ୍ତ ୨୦୩୧ ପର୍ଯ୍ୟନ୍ତ ଭାରତରେ ଯାହା ବି ଟୁର୍ଣ୍ଣାମେଣ୍ଟ ହେବ ତେବେ ସେଠାରେ ବି ହାଇବ୍ରିଡ ମୋଡେଲ୍ ଲାଗୁ ହେଉ। ଦ୍ଵିତୀୟ ସର୍ତ୍ତ ଲାହୋରକୁ ଫାଇନାଲ୍ ମ୍ୟାଚ୍ ପାଇଁ ବ୍ୟାକଅପ୍ରେ ରଖାଯାଉ। ଯଦି ଭାରତ ଫାଇନାଲ୍ ନ ପହଞ୍ଚେ ତେବେ ଲାହୋରରେ ଟାଇଟଲ୍ ମୁକାବିଲା ଖେଳାଯାଉ।
ଏହା ସହିତ ପାକିସ୍ତାନ ଆଇସିସିଠୁ ଅଧିକ ଫଣ୍ଡ ଦାବି କରିଛି। ଆଇସିସି ପୂର୍ବରୁ ମଧ୍ୟ ପାକିସ୍ତାନକୁ ଫଣ୍ଡ ଦେଇ ସାରିଛି। ଉଲ୍ଲେଖନୀୟ ଚାମ୍ପିଅନ୍ସ ଟ୍ରଫିକୁ ନେଇ ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ ଜାରି କରାଯାଇ ନାହିଁ। କିନ୍ତୁ ଆଇସିସି ଶୀଘ୍ର ଏହାର ଘୋଷଣା କରିପାରେ। ଭାରତ ହାଇବ୍ରିଡ ମୋଡେଲ୍ ଆଧାରରେ ନିଜର ସମସ୍ତ ମ୍ୟାଚ୍ ୟୁଏଇର ଦୁବାଇରେ ଖେଳିପାରେ।