ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ବବିଦ୍ୟାଳୟ ପାଇଁ ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:PM-Modi-to-lay-foundation-stone-of-Major-Dhyan-Chand-Sports-University-in-Meerut-today-Khabar-Odisha

ନୂଆଦିଲ୍ଲୀ, ଜାନୁଆରୀ ୦୨ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମେରଠ ଠାରେ ହକି ଲିଜାଣ୍ଡ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ବବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ। ଏହି କାର୍ଯ୍ୟକ୍ରମ ଅପରାହ୍ନ ୧ଟାରେ ଆୟୋଜନ ହେବ। 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ମେରଠର ସଲୱା ଓ କାଇଲି ଗାଁରେ ଏହି ବିଶ୍ବବିଦ୍ୟାଳୟର ନିର୍ମାଣ ହେବ, ଯେଉଁଥିରେ କି ୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଦେଶରେ କ୍ରୀଡ଼ାକୁ ଫୋକସ କରିବା ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ଦେଶର କ୍ରୀକ୍ଷା ଭିତ୍ତିଭୂମିକୁ ମଜବୁତ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପ୍ରତିଷ୍ଠିତ ହେବାକୁ ଥିବା ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ବବିଦ୍ୟାଳୟ ବହୁତ ଉନ୍ନତ ଭିତ୍ତିମୂମି ସହିତ ହେବ। 

ଏହି ବିଶ୍ବବିଦ୍ୟାଳୟରେ ହକି ଗ୍ରାଉଣ୍ଡ, ଫୁଟବଲ ପଡ଼ିଆ, ବାସ୍କେଟବଲ, ଭଲିବଲ, ହ୍ୟାଣ୍ଡବଲ, କବାଡ଼ି ପଡ଼ିଆ, ଲନ୍‌ ଟେନିସ କୋର୍ଟ, ଜିମ୍‌ ପାଇଁ ହଲ୍‌, ସିନ୍ଥେଟିକ୍‌ ରନିଂ ଷ୍ଟାଡିୟମ, ସୁଇମିଂ ପୁଲ, ମଲ୍ଟିପରପଜ ହଲ, ସୁଟିଂ, ଜିମ୍ନାଷ୍ଟିକ, ୱେଟଲିଫ୍ଟିଂ, ଆର୍ଚେରୀ ଆଜି ବ୍ୟବସ୍ଥା ରହିବ। ମୋଟ ୧୦୮୦ ଜଣ କ୍ରୀଡ଼ାବିତଙ୍କ ତାଲିମ ପାଇଁ ବ୍ୟବସ୍ଥା ହେବ। 

 

 

  • Tags:

Subscribe

National International State Sports Entertainment