ଟୋକିଓ ଅଲିମ୍ପିକ୍ସ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ ଆଜି ଅପରାହ୍ନ ୫ଟାବେଳେ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Khabar Odisha:PM--narendra-modi--will-interact-with-the-Indian-athletes-contingent-bound-for-Tokyo2020-on-13th-July-at-5-PM

ନୁଆଦିଲ୍ଲୀ,ଜୁଲାଇ ୧୩(ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ  ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ ଆଜି ଅପରାହ୍ନ ୫ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହେବେ। ଖେଳାଳୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏପରି ବାର୍ତ୍ତା ବିନିମୟ ସେମାନଙ୍କୁ ଅଧିକ ଉତ୍ସାହିତ କରିବ । ଟୋକିଓ ନିମନ୍ତେ ଯାତ୍ରା କରୁଥିବା ଖେଳାଳୀମାନଙ୍କ ସୁବିଧା ଓ ଅସୁବିଧା ନେଇ ପ୍ରଧାନମନ୍ତ୍ରୀ ନିକଟରେ ସମୀକ୍ଷା କରିଥିଲେ । 

କେତେକ ଖେଳାଳୀଙ୍କ ଉତ୍ସାହପଦ ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ‘ମନ୍ କୀ ବାତ’ ରେ ଆଲୋଚନା କରିଥିଲେ ଓ ସମଗ୍ର ଦେଶ ଖେଳାଳୀମାନଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଇବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ।

ଆଜିର ଏହି କାର‌୍ୟ୍ୟକ୍ରମ ରେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରୀ  ଅନୁରାଗ ଠାକୁର, ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ  ନିତୀଶ ପରମାଣିକ ଓ ଆଇନମନ୍ତ୍ରୀ  କିରନ୍ ରିଜିଜ୍ଜୁ ମଧ୍ୟ ଯୋଗଦେବେ। ୧୮ଟି କ୍ରୀଡା ଶ୍ରେଣୀରେ ୧୨୬ଜଣ କ୍ରୀଡାବିତ୍ ଟୋକିଓ ଅଲିମ୍ପିକ ନିମନ୍ତେ ଯାତ୍ରା କରିବେ ।

  • Tags:

Subscribe

National International State Sports Entertainment