ଆରମ୍ଭ ହେଲା ନାଭାଲ ଟାଟା ହକି ଏକାଡେମୀରେ ଆଉଟଡୋର ଟ୍ରେନିଙ୍ଗ
Khabar Odisha:Outdoor-training-of-NTHA-players-resumed
ଭୁବନେଶ୍ୱର, ଜୁନ ୨୬ (ଖବର ଓଡିଶା);

 କଳିଙ୍ଗ ଷ୍ଟାଡିୟମ ଖୋଲାହେବା ପରେ ଏଥିରେ ଥିବା ନାଭାଲ ଟାଟା ହକି ଏକାଡେମୀର ପିଲାମାନେ ଆଉଟଡୋର ଟ୍ରେନିଙ୍ଗ ଆରମ୍ଭ କରିଛନ୍ତି । କୋଭିଡ -୧୯ ପାଇଁ ଜାରି କରାଯାଇଥିବା ସମସ୍ତ ଗାଇଡଲାଇନକୁ ମାନି ଏହି ଏକାଡେମୀର ଖେଳାଳିମାନେ ଅଭ୍ୟାସ କରୁଛନ୍ତି ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି ।


ଏକାଡେମୀର ମୁଖ୍ୟ କୋଚ ପି.ଲକ୍ଷ୍ମୀନାରାୟଣଙ୍କ କଥା ଅନୁସାରେ ବର୍ତ୍ତମାନ ୨୩ ଜଣ ଖେଳାଳି ଏକାଡେମୀରେ ଅଭ୍ୟାସ କରୁଛନ୍ତି । ଏହା ସହ କୋଭିଡ -୧୯ ପାଇଁ ଜାରି ହୋଇଥିବା ଗାଇଡ ଲାଇନ ପାଳନ କରୁଛନ୍ତି । ସମସ୍ତ ଖେଳାଳି ଏବଂ ଅଫିସିଆଲ ଷ୍ଟାଫ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା, ହାତଧୋଇବା ସହ ଅଭ୍ୟାସ କରୁଛନ୍ତି । କରୋନା ମହାମାରୀ ସମୟ ହୋଇଥିବାରୁ ବିଶେଷ କରି ଅନଲାଇନ କୋଚିଙ୍ଗ ସିଷ୍ଟମକୁ ମଧ୍ୟ ଆପଣାଯାଇଛି ।


ବହୁଦିନ ପରେ ଗ୍ରୀନଟପ ଉପରକୁ ଫେରି ବହୁ ଖୁସିବ୍ୟକ୍ତ କରିଛନ୍ତି ଖେଳାଳିମାନେ । ବହୁତ ଦିନ ହେଲା ସେମାନେ ହକି ଷ୍ଟିକ ଛାଡିଦେଇଥିଲେ କିନ୍ତୁ ପୁଣି ଥରେ ସେମାନେ ଅଭ୍ୟାସ ଆରମ୍ଭ କରିବା କଥା କହିଛନ୍ତି ।

  • Tags:

Subscribe

National International State Sports Entertainment