ଦ୍ୱିତୀୟ ଟି 20 ମୁକାବିଲା, ଟସ ଜିତି ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ନିଷ୍ପତି
Khabar Odisha:Newzeland-won-the-toss-and-elect-bat-first
ଅକଲାଣ୍ଡ,ଜାନୁଆରୀ ୨୬ (ଖବର ଓଡ଼ିଶା):

ଭାରତ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟି 20 ମୁକାବିଲା । ଅକଲାଣ୍ଡରେ ଆଉ କିଛି ସମୟ ପରେ ଖେଳା ଯିବାକୁ ଥିବା ଏହି ମୁକାବିଲାରେ ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଛି ନ୍ୟୁଜିଲ୍ୟାଣ୍ଡ ଦଳ । ଭ୍ରମଣକାରୀ ଭାରତକୁ ବୋଲିଂ କରିବା ପାଇଁ ଆମନ୍ତ୍ରଣ କରିଛି ଘରୋଇ ଦଳ । 5ଟିକିଆ ଟି 20 ସିରିଜରେ ପ୍ରଥମ ମ୍ୟାଚକୁ ଦମଦାର ଭାବରେ 6 ୱିକେଟରେ ଜିତି ଭାରତ ସିରିଜରେ 1-0ରେ ଆଗୁଆ ରହିଛି । ଆଜି ମ୍ୟାଚ ଜିତିଲେ ନ୍ୟୁଜିଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ସିରିଜ ଜିତିବାର ନିକଟତର ହେବ ଭାରତ । 

ଭାରତ ଟି-୨୦ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ଲୋକେଶ ରାହୁଲ୍‌, ଶ୍ରେୟସ୍ ଆୟର୍‌, ମନିଷ ପାଣ୍ଡେ, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର।

ନ୍ୟୁଜିଲ୍ୟାଣ୍ଡ୍ ଟି-୨୦ ସ୍କ୍ୱାଡ୍‌: କେନ୍ ୱିଲିୟମସନ୍ (କ୍ୟାପଟେନ୍), ମାର୍ଟିନ୍ ଗପ୍ଟିଲ, ରସ୍ ଟେଲର୍, କଲିନ୍ ମୁନରୋ, କଲିନ୍ ଡି ଗ୍ରାଣ୍ଡହୋମ୍, ମିଚେଲ୍ ସାଣ୍ଟନର୍, ଟିମ୍ ସେଫର୍ଟ (ୱିକେଟକିପର), ହାମିଶ୍ ବେନେଟ୍ଟ, ଇଶ୍ ସୋଢୀ, ଟିମ୍ ସାଉଦୀ, ବ୍ଲେୟାର୍ ଟିକନର୍।

  • Tags:

Subscribe

National International State Sports Entertainment