ମୁମ୍ବାଇ ଇଣ୍ଡିଆନ୍ସ ଟ୍ରାଏଲ କ୍ୟାମ୍ପ ପାଇଁ ମୁଜତାବାଙ୍କୁ ଡକରା
Khabar Odisha:Mujtaba-for-the-Mumbai-Indians-trial-camp
ନୂଆଦିଲ୍ଲୀ, ଜାନୁଆରୀ ୨୧ (ଖବର ଓଡ଼ିଶା):

୧୮ ବର୍ଷିୀୟ କାଶ୍ମୀର ଦ୍ରୁତ ବୋଲର ମୁଜତାବା ୟୁସୁଫଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଟ୍ରାଏଲ କ୍ୟାମ୍ପରେ ଯୋଗଦେବା ନିମନ୍ତେ ଡାକରା ଆସିଛି । ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୟୁସୁଫ ଚତ୍ମକାର ପ୍ରର୍ଦଶନ କରିବା ସହ ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରିଛନ୍ତି । ତେବେ ଆଇପିଏଲ ନିଲାମ ଆଗାମୀ ଫେବୃଆରୀ ୧୧ ତାରିଖରେ ହେବାକୁ ଯାଉଛି । ଏହା ପୂର୍ବରୁ ଫ୍ରାଂଚାଇଜ ଗୁଡିକ ବିଭିନ୍ନ ଖେଳାଳିଙ୍କୁ ଟ୍ରାଏଲ କ୍ୟାମ୍ପକୁ ଡାକିଥାନ୍ତି । ବର୍ତ୍ତମାନ ସୁଦ୍ଧା ୟୁସୁଫ ୧୦ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ୮ ଟି ୱିକେଟ ଅକ୍ତିଆର କରିସାରିଛନ୍ତି । ଏହା ସହ ୨୦୨୦ ରେ ୟୁଏଇରେ ଆୟୋଜିତ ହୋଇଥିବା ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ନେଟ ବୋଲର ଭାବେ କାର୍ଯ୍ୟ କରିଛନ୍ତି ୟୁସୁଫ ।

  • Tags:

Subscribe

National International State Sports Entertainment