ୟୁରୋପୀୟ ଟି-୨୦ ପ୍ରିମିୟର ଲିଗ (ETPL) , ଭାରତୀୟ କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାବିଡ଼ଙ୍କୁ ଡବଲିନ୍ ଗାର୍ଡିଆନ୍ସ ଦଳର ମାଲିକ ବୋଲି ଘୋଷଣା କରିଛନ୍ତି । ସୋମବାର ETPL ପକ୍ଷରୁ ଏହି ସୂଚନା ଦିଆଯାଇଛି । ETPL ୨୦୨୬ ର ଲଞ୍ଚ ପୂର୍ବରୁ ରାହୁଲ ଦ୍ରାବିଡ଼ଙ୍କ ଡବଲିନ୍ ଗାର୍ଡିଆନ୍ସ ଷଷ୍ଠ ଦଳ ଭାବେ ଯୋଗ ଦେଇ ଫ୍ରାଞ୍ଚାଇଜ୍ ପ୍ରକ୍ରିୟାକୁ ସମାପ୍ତ କରିଛି । ଡବଲିନ୍ ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ETPL , ଟୁର୍ନାମେଣ୍ଟର ସମସ୍ତ ଫ୍ରାଞ୍ଚାଇଜ୍ ଲାଇନଅପ ସମାପ୍ତ ହୋଇଥିବା ସୂଚନା ଦେଇଛି ଓ ରାହୁଲ ଦ୍ରାବିଡ଼ଙ୍କୁ ଡବଲିନ୍ ଗାର୍ଡିଆନ୍ସର ମାଲିକ ଭାବେ ପରିଚିତ କରାଇଛି। ଏହି କାର୍ଯ୍ୟକ୍ରମରେ ରାହୁଲ ଦ୍ରାବିଡ଼ଙ୍କ ସମେତ ବଲିଉଡ ଷ୍ଟାର ଅଭିଶେଖ ବଚନ ମଧ୍ୟ ଉପସ୍ଥିତ ଥିଲେ । ଅଭିଶେଖ ବଚନ ETPL ର ପ୍ରମୋସନ ମଧ୍ୟ କରୁଛନ୍ତି ।
Read More >