ବ୍ୟାଡ଼ମିଂଟନ ତାରକା ପ୍ରମୋଦ ଭଗତଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କହିଲେ ତୁମ ପ୍ରଦର୍ଶନ ସମଗ୍ର ଦେଶକୁ ପ୍ରେରଣା ଦେଇଛି
Khabar Odisha:Meeting-Badminton-star-Pramod-Bhagat-Union-Education-Minister-Dharmendra-Pradhan-said-Your-performance-has-inspired-the-whole-country

ନୁଆଦିଲ୍ଲୀ, ସେପ୍ଟେମ୍ବର୭ (ଖବର ଓଡ଼ିଶା): ଟୋକିଓ ପାରାଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡିଆ ବ୍ୟାଡ଼ମିଂଟନ ତାରକା ପ୍ରମୋଦ ଭଗତଙ୍କୁ ଆଜି ଭେଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରମୋଦଙ୍କୁ ଭେଟିବା ପରେ ପରେ ପ୍ରଧାନ କହିଛନ୍ତି ନିକଟରେ ଶେଷ ହୋଇଥିବା ପାରାଲିମ୍ପିକ୍ସରେ ବିଶ୍ୱ ନମ୍ବର ୱାନ୍ ପାରା-ସଟଲର ଏବଂ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦଙ୍କ ପାଇଁ ଖୁସି ମୁଁ ଚାମ୍ପିଅନ୍ ପାରା-ସଟଲରଙ୍କୁ ମଧ୍ୟ କହିଥିଲି ଯେ ଟୋକିଓ ୨୦୨୦ ରେ ଆମର ପାରା-ଅଲିମ୍ପିଆନଙ୍କ ପ୍ରଦର୍ଶନ ତାଙ୍କ ସମେତ ସମଗ୍ର ଦେଶକୁ ତଥା ବିଶେଷ କରି ଓଡ଼ିଶାରେ ଯୁବପିଢିଙ୍କୁ ପ୍ରେରଣା ଦେଇଛି ଏବଂ କ୍ରୀଡା ପ୍ରତି ଆଗ୍ରହ ଦେଖାଇବାକୁ ଉତ୍ସାହିତ କରିବ ବୋଲି ଏକ ଟ୍ୱିଟ୍ କରି କହିଛନ୍ତି । 

ବିଶ୍ୱ ଚାମ୍ପିଅନ୍ ପ୍ରମୋଦ ଭଗତ ପାରାଲିମ୍ପିକ୍ସରେ ଭାରତର ସର୍ବପ୍ରଥମ ପାରା-ବ୍ୟାଡମିଣ୍ଟନ୍ ସ୍ୱର୍ଣ୍ଣ ପଦକ ବିଜେତା ହୋଇ ଇତିହାସରେ ରଚିଛନ୍ତି । ଚଳିତ ବର୍ଷ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ୍ ପ୍ରବେଶ କରିଥିଲା ଏବଂ ଭଗତ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍ ଫାଇନାଲ ଇଭେଣ୍ଟରେ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଥିଲେ।

  • Tags:

Subscribe

National International State Sports Entertainment