ଫ୍ରାଂଚାଇଜ କ୍ରିକେଟରୁ ଅବସର ନେଲେ ମାଲିଙ୍ଗା
Khabar Odisha:Malinga-retired-from-franchise-cricket
ନୂଆଦିଲ୍ଲୀ, ଜାନୁଆରୀ ୨୧ (ଖବର ଓଡ଼ିଶା):

ଫ୍ରାଂଚାଇଜ କ୍ରିକେଟରୁ ଅବସର ନେଲେ ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା । ଦୀର୍ଘ ବର୍ଷ ଧରି ବିଭିନ୍ନ ପ୍ରାଂଚାଇଜ ପକ୍ଷରୁ ଖେଳିଥିବା ମାଲିଙ୍ଗା ଗତକାଲି ଅବସର ଘୋଷଣା କରିଛନ୍ତି । ସେହିପରି ଭାରତୀୟ ପ୍ରିମିୟର ଲିଗରେ ମାଲିଙ୍ଗା ଦୀର୍ଘ ୧୨ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ । ଏହି ଆଇପିଏଲରେ ସେ ସର୍ବାଧିକ ୧୭୦ ଟି ୱିକେଟ ହାସଲ କରିଥିଲେ । ଅନ୍ୟ ଦେଶର ଫ୍ରାଂଚାଇଜ ମଧ୍ୟରୁ ମେଲବୋର୍ଣ୍ଣ ଷ୍ଟାରସ, ଗୟାନା ଆମାଜନ ୱାରିୟର୍ସ, ରଙ୍ଗପୁର ରାଇଡରସ ଆଦି ଫ୍ରାଂଚାଇଜ ପକ୍ଷରୁ ଖେଳିଥିଲେ ମାଲିଙ୍ଗା । ସେ ବିଭିନ୍ନ ଫ୍ରାଂଚାଇଜ ପକ୍ଷରୁ ଖେଳିଥିବା ୨୯୫ ଟି ମ୍ୟାଚରୁ ୩୯୦ ୱିକେଟ ହାସଲ କରିଛନ୍ତି । ଅବସର ନେବା ପରେ ସମସ୍ତ ଫ୍ୟାନ ଏବଂ ଫ୍ରାଂଚାଇଜ ମାଲିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି ମାଲିଙ୍ଗା ।

  • Tags:

Subscribe

National International State Sports Entertainment