ଧୋନିଙ୍କ ଅଟୋଗ୍ରାଫ ନେଲେ ଲେଜେଣ୍ଡ ସୁନୀଲ ଗାଭାସ୍କର
Khabar Odisha:MS-Dhoni-Signs-Autograph-On-Sunil-Gavaskars-Shirt
ଖବର ଓଡିଶା : 15/05/2023:

ସାରା ବିଶ୍ୱରେ ଧୋନିଙ୍କ ଲକ୍ଷାଧିକ ଫ୍ୟାନ୍ସ ରହିଛନ୍ତି । ଧୋନିଙ୍କ ଗୋଟିଏ ଝଲକ ପାଇବା ପାଇଁ ଷ୍ଟାଡିୟମରେ ପହଞ୍ଚିଯାଆନ୍ତି ହଜାର ହଜାର ଦର୍ଶକ । ମାହିଙ୍କ ଅଟୋଗ୍ରାଫ୍‌ ପାଇବା ପାଇଁ ଲାଗିଯାଏ ଫ୍ୟାନ୍ସଙ୍କ ଧାଡ଼ି । ଧୋନିଙ୍କ କ୍ୟାପ୍ଟେନ୍‌ସିପ୍‌କୁ ନେଇ ଅନେକ ପୂର୍ବତନ ଖେଳାଳି ଏବେବି ପ୍ରଶଂସା କରିଥାନ୍ତି । ଯେଉଁଥିପାଇଁ ତାଙ୍କୁ କ୍ୟାପ୍ଟେନ୍‌ କୁଲ୍‌ ଆଖ୍ୟା ମଧ୍ୟ ଦିଆଯାଇଛି । କେବଳ ଫ୍ୟାନ୍ସ କାହିଁକି ଅନେକ କ୍ରିକେଟ୍‌ ଜଗତର କିମ୍ବଦନ୍ତୀ ମଧ୍ୟ ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନ୍‌ । 

ଗତକାଲି ମ୍ୟାଚରେ ଚେନ୍ନାଇ କୋଲକାତା ନାଇଟ୍‌ ରାଇଡର୍ସଠାରୁ ପରାସ୍ତ ହୋଇଛି । ଚେନ୍ନାଇର ବିଜୟ ଅଭିଯାନକୁ ରୋକିଛି କେକେଆର୍‌ । ଚେପକ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଧୋନିଙ୍କ ଦଳକୁ ୬ ୱିକେଟ୍‌ରେ ପରାସ୍ତ କରିଛି ନୀତୀଶ ରାଣାଙ୍କ ଦଳ କୋଲକାତା । ଆମେ ପୂର୍ବରୁ ମଧ୍ୟ ଦେଖିଛେ ଯେ, ମ୍ୟାଚ୍‌ର ଶେଷରେ ବିପକ୍ଷ ଦଳର ଖେଳାଳି ଧୋନିଙ୍କ ଅଟୋଗ୍ରାଫ ପାଇଁ ଧାଡ଼ି ଲଗାଇଥାନ୍ତି । ଏମିତିକି ଧୋନିଙ୍କଠୁ ମ୍ୟାଚ୍‌ ଟିପ୍ସ ମଧ୍ୟ ନେଇଥାନ୍ତି । ତେବେ ଗତକାଲି ମ୍ୟାଚ ଶେଷ ହେବାପରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯେଉଁଥିରୁ ସ୍ପଷ୍ଟ ଜଣାପଡିଛି ଯେ ଏବେ ବି ଛାଇ ରହିଛି ମାହିଙ୍କ କ୍ରେଜ୍‌ । ପଡିଆରେ ଧୋନି ଯାଉଥିବା ବେଳେ ତାଙ୍କ ପାଖକୁ ଆସିଥିଲେ ଲେଜେଣ୍ଡ ସୁନୀଲ  ଗାଭାସ୍କର ଆଉ ଏକ ସ୍ୱତନ୍ତ୍ର ଅଟୋଗ୍ରାଫ୍ ପାଇଁ  । ଲିଟିଲ ମାଷ୍ଟରଙ୍କ  ଏହି ଅନୁରୋଧକୁ ସ୍ୱୀକାର କରି ଧୋନି  ଗାଭାସ୍କରଙ୍କ ସାର୍ଟରେ ଅଟୋଗ୍ରାଫ୍‌  ଦେଇଥିଲେ ଓ ଦୁହେଁ ଦୁହିଁଙ୍କୁ କୋଳାଗ୍ରତ କରିଥିଲେ । ଏପରି ଦୃଶ୍ୟ  ନିଶ୍ଚୟ ଭାବରେ ଆଇପିଏଲରେ ଏକ ସ୍ମରଣୀୟ ମୁହୂର୍ତ୍ତ । ଯାହାକୁ ନେଇ ଏବେ ସେସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି । ସୁନୀଲ ଗାଭାସ୍କର  ବର୍ତ୍ତମାନ ଆଇପିଏଲ୍‌ରେ ପ୍ୟାନେଲିଷ୍ଟ ଭାବେ କମେଣ୍ଟ୍ରି କରୁଛନ୍ତି । 

ଏହାରି ମଧ୍ୟରେ ଏମିତି କିଛି ପ୍ରଶ୍ନ ଏବେ ଧୋନିଙ୍କ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି । ଧୋନି ନିଜ ଅବସର ନେଇ ବାରମ୍ବାର ଇସାରା ଦେଇ ଆସୁଛନ୍ତି । ଧୋନି ମଝିରେ ଏକ ମ୍ୟାଚ୍‌ର ପ୍ରେଜେଣ୍ଟେସନ୍‌ ସେରିମନିରେ କହିଥିଲେ ଯେ, ତାଙ୍କ କ୍ୟାରିୟର୍‌ରେ ଶେଷ ସମୟ ଚାଲିଛି । ଧୋନି ଏଭଳି ମନ୍ତବ୍ୟ ଦେଇ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି । ପୂର୍ବରୁ ଧୋନି ନିଜ ଶେଷ ମ୍ୟାଚ୍‌ ଚେନ୍ନାଇରେ ଖେଳିବେ ବୋଲି  ଦୁବାଇରେ କହିଥିଲେ । ସେ ନିଜ ଶେଷ ମ୍ୟାଚ୍‌ ଚେପକ୍‌ରେ ଖେଳିବେ ବୋଲି ସ୍ପଷ୍ଟ କହିଥିଲେ । ତେବେ ଏହା ହୁଏତ ଧୋନିଙ୍କ ଶେଷ ଆଇପିଏଲ ହୋଇଥିବା ନେଇ ଅନେକ ଆଶଙ୍କା କରୁଥିବା ବେଳେ ଧୋନିଙ୍କ ଫ୍ୟାନ୍ସ ମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି | 

Subscribe

National International State Sports Entertainment