ଆହତ ସମସ୍ୟା ଯୋଗୁଁ ଆଇପିଏଲ ୨୦୨୦ ରୁ ମିଚେଲ ମାର୍ଶ ବାଦ, ଜେଶନ ହୋଲଡର ସାମିଲ
Khabar Odisha:MItchell-Marsh-ruled-out-from-2020-IPL-Jason-Holder-in
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

ସନ ରାଇଜର୍ସ ହାଇଦ୍ରାବାଦ ଦଳକୁ ବଡ ଝଟକା । ଗୋଡରେ ଆହତ କାରଣରୁ ଅଲରାଉଣ୍ଡର ମିଚେଲ ମାର୍ଶ ଆଇପିଏଲ ୨୦୨୦ ରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜର ଟେଷ୍ଟ ଅଧିନାୟକ ଜେସନ ହୋଲଡରଙ୍କୁ ଦଳରେ ସାମିଲ କରାଯାଇଛି । 

ମିଚେଲ ମାର୍ଶ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ବୋଲିଙ୍ଗ କରୁଥିବା ସମୟରେ ଆହତ ହୋଇଥିଲେ । ଏହାପରେ ସେ ଆଉ ବୋଲିଙ୍ଗ କିମ୍ବା ଫିଲଡିଙ୍ଗ କରିପାରିନଥିଲେ ଏବଂ ବ୍ୟାଟିଙ୍ଗ କରିବାକୁ ୧୦ ନମ୍ବରରେ ଆସିଥିଲେ । 

ପୂର୍ବରୁ ମାର୍ଶ ସାଇଡ୍ ଷ୍ଟ୍ରେନ୍ ପାଇଁ ରାଇଜିଂ ପୁଣେ ସୁପରଜିଆଣ୍ଟ ଦଲରୁ ୨୦୧୬ ସିଜନରେ  ବାଦ୍ ପଡିଥିଲେ ଏବଂ ତା’ପରେ କାନ୍ଧରେ ଆଘାତ ସହ ପରବର୍ତ୍ତୀ କିଛିଟା ସିରିଜ ଖେଳିବାରୁ ବଞ୍ଚିତ ହୋଇଥିଲେ । ମାର୍ଶଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଅଲରାଉଣ୍ଡର ଜେସନ ହୋଲଡର ଶେଷଥର ପାଇଁ ଶେଷଟି ୨୦୧୬ ସିଜନରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଥିଲେ ।

  • Tags:

Subscribe

National International State Sports Entertainment