କରୋନା ଡରରେ ବାତିଲ ହୋଇଗଲା ଭାରତ- ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ
Khabar Odisha:Indias-remaining-two-ODIs-against-the-Proteas-in-Lucknow--Kolkata-has-been-called-off
ମୁମ୍ଵାଇ, ମାର୍ଚ୍ଚ ୧୩(ଖବର ଓଡ଼ିଶା):

କରୋନା ଭାଇରସ ଭୟରେ ବାତିଲ ହୋଇଗଲା ଭାରତ- ଦକ୍ଷିଣଆଫ୍ରିକା ଦିନିକିଆର ଅବଶିଷ୍ଟ ମ୍ୟାଚ । ଏ ନେଇ ସୂଚନା ଦେଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ । ସାରା ବିଶ୍ୱରେ ଯେଉଁ ଭଳି ଭାବରେ କରୋନା ଭାଇରସ ବ୍ୟାପୁଛି ଏହାକୁ ଦୃଷ୍ଟିରେ ରଖି ଏହାକୁ ବାତିଲ କରାଯାଇଥିବା ସୂଚନା ମିଳିଛି ।

ସିରିଜର ପ୍ରଥମ ମ୍ୟାଚ ବର୍ଷା କାରଣରୁ ବିନା ଖେଳରେ ବାତିଲ ହୋଇଯାଇଥିବା ବେଳେ ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବାକୁ ଥିବା ଦ୍ୱିତୀୟ ଓ ତୃତୀୟ ଦିନିକିଆ ମଧ୍ୟ ବାତିଲ ହୋଇଯାଇଛି । ପୂର୍ବରୁ ଏହି ଦୁଇଟି ଦିନିକିଆକୁ ବନ୍ଦ ଷ୍ଟାଡିୟମ ବିନା ଦର୍ଶକଙ୍କ ମଧ୍ୟରେ ଖେଳାଯିବା ନେଇ ସୂଚନା ଦିଆଯାଇଥିଲା । ହେଲେ କରୋନା ଭାଇରସର ଭୟାବହତାକୁ ନଜରରେ ରଖି ପୁରା ସିରିଜକୁ ବାତିଲ କରିବା ପାଇଁ ନିଷ୍ପତି ନେଇଛି ବିସିସିଆଇ ।

  • Tags:

Subscribe

National International State Sports Entertainment