ହାଇଦ୍ରାବାଦ୍: ବାଂଲାଦେଶ ବିପକ୍ଷ ଟି-୨୦ ଶୃଙ୍ଖଳାର ପ୍ରଥମ ୨ଟି ମୁକାବିଲାକୁ ସହଜରେ ଜିତିବା ପରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍କୁ ଭାରତୀୟ ଦଳ ବିଜୟୀ ହେବାକୁ ଚାହିଁବ। ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜିର ମ୍ୟାଚ୍ ଜିତି ବାଂଲାଦେଶକୁ ଭାରତ ମୂଳପୋଛ କରିବାକୁ ଲକ୍ଷ୍ୟ ରଖିବ। ଏହି ମ୍ୟାଚ ଆଜି ରାତି ୭ଟାରୁ ଖେଳାଯିବ।
ପ୍ରଥମ ମ୍ୟାଚ୍କୁ ଭାରତ ଏକତରଫା ଭାବେ ୭ ୱିକେଟ୍ରେ ଜିତିଥିଲା। ସେହିପରି ଦ୍ବିତୀୟ ମୁକାବିଲାରେ ବାଂଲାଦେଶକୁ ୮୬ ରନ୍ରେ ପରାସ୍ତ କରି ଭାରତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତିସାରିଛି। ଭାରତର ୨୨୧/୯ ସ୍କୋରକୁ ପିଛା କରି ବାଂଲାଦେଶ ନିମୟିତ ଅନ୍ତରାଳରେ ୱିକେଟ୍ ହରାଇବା ସହ ୯ ୱିକେଟ୍ ବିନିମୟରେ ୧୩୫ ରନ୍ରେ ଅଟକି ଯାଇଥିଲା। ବିଦାୟୀ ଶୃଙ୍ଖଳା ଖେଳିଥିବା ମହମ୍ମଦୁଲ୍ଲା (୪୧) ଏକାକୀ ସଂଘର୍ଷ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରି ନଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ନୀତୀଶ (୭୪ ରନ୍, ୨ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଭାରତୀୟ ଦଳ: ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ସଂଜୁ ସାମସନ୍, ଅଭିଷେକ ଶର୍ମା, ହାର୍ଦିକ ପାଣ୍ଡ୍ୟା, ତିଳକ ବର୍ମା, ରିୟାନ ପରାଗ, ରିଙ୍କୁ ସିଂହ, ୱାସିଂଟନ୍ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।
ବାଂଲାଦେଶ ଦଳ: ନଜମୁଲ ହୋସେନ୍ ଶାନ୍ତୋ (ଅଧିନାୟକ), ଲିଟନ୍ ଦାସ, ପରଭେଜ୍ ହୋସେନ୍ ଇ ମୋନ/ତାଞ୍ଜିଦ୍ ହାସନ୍, ତୋହିଦ ହୃଦୟ, ମହମ୍ମଦୁଲ୍ଲା, ଜାକିର ଅଲୀ, ମେହଦି ହାସନ ମିରାଜ, ରିସଦ ହୋସେନ୍, ତସ୍କିନ୍ ଅହମଦ, ଶରିଫୁଲ ଇସ୍ଲାମ୍, ମୁସ୍ତାଫିଜୁର୍ ରହମାନ୍।
ଅଧିକ ପଢ଼ନ୍ତୁ: ୧୪୭ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ଲଜ୍ଜାଜନକ ରେକର୍ଡ