ନୂଆଦିଲ୍ଲୀ: ଶାନ ମସୁଦଙ୍କ ନେତୃତ୍ଵାଧୀନ ପାକିସ୍ତାନ କ୍ରିକେଟ୍ ଦଳ ନିଜ ଘରୋଇ ମାଟିରେ ଇଂଲଣ୍ଡ ହାତରୁ ମୁଲତାନ ଟେଷ୍ଟରେ ଇନିଂସ ଓ ୪୭ ରନରେ ପରାଜୟ ଭୋଗିଛି। ଏହି ପରାଜୟ ସହ ପାକିସ୍ତାନ ନାମରେ ଅନେକ ରେକର୍ଡ ଲିପିବଦ୍ଧ ହୋଇ ଯାଇଛି। ଏଥିରେ ଏମିତି ଏକ ରେକର୍ଡ ରହିଛି ଯାହା ଦଳକୁ ଲଜ୍ଜିତ କରିଛି। ପାକିସ୍ତାନ ଟେଷ୍ଟ କ୍ରିକେଟ୍ର ୧୪୭ ବର୍ଷର ଇତିହାସରେ ଏମିତି ପ୍ରଥମ ଦଳ ପାଲଟିଛି ଯିଏ ପ୍ରଥମ ଇନିଂସରେ ୫୦୦ରୁ ଅଧିକ ରନ କରିବାପରେ ବି ମ୍ୟାଚ୍ରେ ଇନିଂସ ପରାଜୟ ଭୋଗିଛି। ଆଜି ପର୍ଯ୍ୟନ୍ତ କୌଣସି ଦଳ ଟେଷ୍ଟ କ୍ରିକେଟ୍ରେ ଗୋଟିଏ ଇନିଂସରେ ୫୦୦ରୁ ଅଧିକ ରନ କରିବା ପରେ ମ୍ୟାଚ ହାରି ନାହାନ୍ତି।
ଟେଷ୍ଟ କ୍ରିକେଟ୍ରେ ଗୋଟିଏ ଇନିଂସରେ ବିଶାଳ ସ୍କୋର କରିବା ପରେ ବି ଇନିଂସ ପରାଜୟ ଭୋଗିବା ତାଲିକାରେ ପାକିସ୍ତାନ ପୂର୍ବରୁ ଏହି ରେକର୍ଡ ଆୟରଲାଣ୍ଡ ନାମରେ ଥିଲା। ଦଳ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଇନିଂସରେ ୪୯୨ ରନ କରି ବି ଇନିଂସ ପରାଜୟ ଭୋଗିଥିଲା। ଏହି ତାଲିକାରେ ଭାରତର ନାଁ ବି ରହିଛି।୨୦୧୦ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିୟନ ଟେଷ୍ଟରେ ୪୫୯ ରନ କରିବା ସତ୍ତ୍ଵେ ବି ଇନିଂସ ପରାଜୟ ଭୋଗିଥିଲା।
ଟେଷ୍ଟ କ୍ରିକେଟ୍ରେ ଗୋଟିଏ ଇନିଂସରେ ସର୍ବାଧିକ ରନ କରି ବି ଇନିଂସ ପରାଜୟ ଭୋଗିଥିବାଟିମ୍
୫୫୬ ରନ- ପାକିସ୍ତାନ ବନାମ ଇଂଲଣ୍ଡ, ମୁଲତାନ, ୨୦୨୪, ଇନିଂସ ଓ ୪୭ ରନ
୪୯୨- ଆୟରଲଣ୍ଡ ବନାମ ଶ୍ରୀଲଙ୍କା, ଗଲ, ୨୦୨୩, ଇନିଂସ ଓ ୧୦ ରନ
୪୭୭- ଇଂଲଣ୍ଡ ବନାମ ଭାରତ, ଚେନ୍ନାଇ, ୨୦୧୬, ଇନିଂସ ଓ ୭୫ ରନ
୪୬୩- ଓ୍ଵେଷ୍ଟଇଣ୍ଡିଜ ବନାମ ଭାରତ, କୋଲକାତା, ୨୦୧୧, ଇନିଂସ ଓ ୧୫ ରନ
୪୫୯- ଭାରତ ବନାମ ଦକ୍ଷିଣ ଆଫ୍ରିକା, ସେଞ୍ଚୁରିୟନ, ୨୦୧୦, ଇନିଂସ ଓ ୨୫ ରନ
ପ୍ରଥମ ଇନିଂସରେ ୫୦୦ରୁ ଅଧିକ ରନ କରିବା ପରେ ବି ସର୍ବାଧିକ ମ୍ୟାଚ୍ ହାରିଥିବା ଦଳ
ପାକିସ୍ତାନ କ୍ରିକେଟ୍ ଇତିହାସରେ ପ୍ରଥମ ଇନିଂସରେ ୫୦୦ରୁ ଅଧିକ ରନ କରିବା ପରେ ବି ପାଞ୍ଚ ଥର ମ୍ୟାଚ୍ ହାରିଛି। ଏହି ତାଲିକାରେ ଦଳ ଟପ୍ରେ ରହିଛି। ଅଷ୍ଟ୍ରେଲିଆ ତିନି ଥର, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଦୁଇ ଦୁଇ ଥର ମ୍ୟାଚ୍ ହାରିଛନ୍ତି।