ଆଜି କୋଲ୍କାତାର ‘ଇଡେନ୍ ଗାର୍ଡେନ୍’ଠାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆୟୋଜିତ ଦ୍ଵିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ମ୍ୟାଚ୍ରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ୍ ଶନାକା ଟସ୍ ଜିତିବା ପରେ ଦଳ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲେ । ସଦ୍ୟତମ ସୂଚନା ଅନୁସାରେ, 31 ଓଭର୍ରେ 7 ଟି ଉଇକେଟ ହରାଇ ଶ୍ରୀଲଙ୍କା 160 ସଂଗ୍ରହ କରିବା ସହ ଆଗକୁ ଖେଳ ଜାରିରହିଛି । ଟସ୍ ଜିଣିବା ପରେ ଦାସୁନ୍ ଶୁନାକା କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଙ୍ଗ୍ କରିବୁ। ପ୍ରଥମେ ବ୍ୟାଟିଙ୍ଗ୍ କରିବା ଖୁବ୍ ଭଲ। ଖେଳ ପଡ଼ିଆର ସ୍ଥିତି ବି ଦେଖି ହେବ। ରନ୍ ସଂଗ୍ରହ କରିବା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ବି ଉତ୍କଣ୍ଠିତ ନ ହୋଇ ସ୍ବାଭାବିକ ଭାବେ ଖେଳିବୁ। ଆଜି ଭାରତୀୟ କ୍ରିକେଟ୍ ଟିମ୍ରେ ଖେଳୁଛନ୍ତି ରୋହତି ଶର୍ମା, ଶୁବମନ୍ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟେର୍, କେ. ଏଲ୍. ରାହୁଲ୍ , ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ମହମ୍ମଦ୍ ଶାମି, କୁଳଦୀପ ଯାଦବ, ଉମ୍ରାନ୍ ମଲିକ ଓ ମହମ୍ମଦ ସିରାଜ । ସେହିପରି, ଶ୍ରୀଲଙ୍କା କ୍ରିକେଟ୍ ଟିମ୍ରେ ଆଜି ଖେଳୁଛନ୍ତି: ଅଭିକ୍ଷା ଫର୍ଣ୍ଣାଣ୍ଡୋ, ନୁୱାନିଦୁ ଫର୍ଣ୍ଣାଣ୍ଡୋ, କୁଶଲ ମେଣ୍ଡସ୍ , ଚରିତ ଆଶଲଙ୍କା, ଧନଞ୍ଜୟ ଡି ସିଲ୍ଭା, ଦାସୁନ୍ ଶନାକା, ୱାନିନ୍ଦୁ ହସରଙ୍ଗ, ଚମିକା କରୁଣାରତ୍ନେ, ଦୁନିତ ୱେଲ୍ଲାଲାଗେ, ଲାହିରୁ କୁମାର ଓ କସୁନ ରଜିତା।