ଅଷ୍ଟ୍ରେଲିଆକୁ ହରାଇ ଭାରତର ଇନିଂସ ବିଜୟ
Khabar Odisha:India-thrash-Australia-to-secure-a-thumping-win-by-an-innings-and-132-runs-in-the-first-test-at-Nagpur
ଖବର ଓଡିଶା : 11/02/2023

 ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତୀୟ ଟିମ୍‌ ୪୦୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଏହା ସହିତ ଦଳ ୨୨୩ ରନ୍‌ରେ ଆଗୁଆ ରହିଛି। ଯେଉଁ ଅଶ୍ୱିନୀ ଓ ଜାଡେଜାଙ୍କ ବୋଲିଂକୁ ସାମ୍ନା କରିବାକୁ ବିଭିନ୍ନ ଉଦ୍ୟମ କରିଥିଲେ । ଶେଷରେ ସେଇ ଅଶ୍ୱିନୀ ଏବଂ ଜାଡେଜା ପୁରା ଟିମ୍‌ ଉପରେ ଭାରିପଡିଲେ । ଦୁଇ ସ୍ପିନର ମିଶି ଶିକାର କଲେ କଙ୍ଗାରୁ ଓ୍ୱିକେଟ୍‌ । ଯାହାଫଳରେ ପୁରା ଟିମ୍‌ ଉପରେ ଭାରି ପଡିଥିଲା ଭାରତର ସ୍ପିନ ଆଟାକ । ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ଇନିଂସ ପରାଜୟ ବରଣ କରିଛି । ପୁରା ଟିମ୍‌ ୯୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି । ଶେଷରେ ୧୩୨ ରନ୍‌ରେ ନାଗପୁର ଟେଷ୍ଟ ଜିତିଛି ରୋହିତ ଆଣ୍ଡ କୋ । ୪ଟିକିଆ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି । ଥମ ଦିବସରେ ଅର୍ଦ୍ଧଶତକ ପୂରଣ କରିଥିବା ରୋହିତ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା ବେଳେ ଦ୍ବିତୀୟ ଦିବସରେ ଅଧିକ ସତର୍କତାର ସହ ଖେଳିଥିଲେ। ଫଳରେ ୬୬ ବଲ୍‌ରୁ ୫୦ ରନ୍‌ (୮ ଚୌକା, ୧ ଛକା) କରିଥିବା ରୋହିତ ପରବର୍ତୀ ୫୦ ରନ୍‌ ପାଇଁ ୧୦୫ ବଲ୍‌ ଖେଳିଥିଲେ। ସେ ୧୭୧ ବଲ୍‌ରୁ ଶତକ ପୂରଣ କରିଥିଲେ। ଏହା ଥିଲା ୪୬ ଟେଷ୍ଟ୍‌ରୁ ତାଙ୍କର ନବମ ଶତକ। ସାମି ୪୭ଟି ବଲ୍‌ରୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୩୭ ରନ୍ କରିଥିଲେ। ଦଳର ସ୍କୋର ୩୮୦ରେ ପହଞ୍ଚିଥିବା ବେଳେ ସେ ଆଉଟ୍ ହୋଇଯାଇଥିଲେ। ଟଡ୍ ମର୍ଫୀଙ୍କ ବଲ୍‌ରେ ସେ ଆଲେକ୍ସ କ୍ୟାରୀଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ଆଉଟ୍ ହେବା ପରେ ଦଳର ସ୍କୋର ବୋର୍ଡରେ ଆଉ ୨୦ ରନ୍ ଯୋଡ଼ି ହୋଇଥିଲା। ଏହି ରନ୍ ବାହାରିଥିଲା ଅକ୍ଷର ପଟେଲଙ୍କ ବ୍ୟାଟ୍‌ରୁ। ତେବେ ୮୪ ରନ୍‌ରେ ଅକ୍ଷର ପଟେଲ ଆଉଟ୍ ହେବା ସହିତ ଭାରତର ପ୍ରଥମ ଇନିଂସର ପରିସମାପ୍ତି ଘଟିଥିଲା। ପ୍ୟାଟ୍ କମିନ୍‌ସ ତାଙ୍କ ବୋଲ୍ଡ କରି ଦେଇଥିଲେ। ଅନ୍ୟପକ୍ଷରେ ୧୯ଟି ବଲ୍‌ରୁ ୧ ରନ୍ କରି ଅପରାଜିତ ରହିଥିଲେ ମହମ୍ମଦ ସିରାଜ।    

Subscribe

National International State Sports Entertainment