ମୁୁମ୍ବାଇ: ନ୍ୟୁଜିଲାଣ୍ଡ ମୁମ୍ବାଇରେ ଖେଳାଯାଇଥିବା ୩ୟ ଟେଷ୍ଟକୁ ୨୫ ରନରେ ଜିତି ସିରିଜ ୩-୦ରେ କ୍ଲିନ ସୁଇପ୍ କରିଛି । ଟେଷ୍ଟ କ୍ରିକେଟ୍ ଇତିହାସରେ ଭାରତ ପ୍ରଥମ ଥର ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୩-୦ରେ ପରାଜିତ ହୋଇଛି । ମୁମ୍ବାଇରେ ଟିମ୍ ଇଣ୍ଡିଆ ନା ନିଜର ସମ୍ମାନ ରକ୍ଷା କରି ପାରିଛି ନା ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖି ପାରିଛି । ନ୍ୟୁଜିଲାଣ୍ଡଠୁ ତୃତୀୟ ଟେଷ୍ଟ ହାରିବା ପରେ ଭାରତଠୁ ଏକ ନମ୍ବର ମାନ୍ୟତା ହଟି ଯାଇଛି । ଏବେ ଅଷ୍ଟ୍ରେଲିଆ ଡବ୍ଲ୍ୟୁଟିସି ଅଙ୍କ ତାଲିକାରେ ଶୀର୍ଷକୁ ଉଠିଛି । ଅନ୍ୟପଟେ ୩-୦ରେ ସିରିଜ ବିଜୟ ପରେ ନ୍ୟୁଜିଲାଣ୍ଡକୁ ବମ୍ପର ଫାଇଦା ମିଳିଛି ।
ନ୍ୟୁଜିଲାଣ୍ଡ ହ୍ୟାଟ୍ରିକ ବିଜୟ ସହ ଡବ୍ଲ୍ୟୁଟିସି ଅଙ୍କ ତାଲିକାରେ ପଞ୍ଚମ ସ୍ଥାନକୁ ଉଠିଛି । ଦଳର ବିଜୟ ପ୍ରତିଶତ ୫୪.୫୪ ରହିଛି । ଆଉ ନ୍ୟୁଜିଲାଣ୍ଡଠୁ ଲଜ୍ଜାଜନକ ସିରିଜ ପରାଜୟ ପରେ ଭାରତୀୟ ଦଳ ଖାତାରେ ମାତ୍ର ୫୮.୩୩ ବିଜୟ ପ୍ରତିଶତ ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ୬୨.୫୦ ପ୍ରତିଶତ ସହ ପ୍ରଥମ ସ୍ଥାନରେ ପହଞ୍ଚି ଯାଇଛି । ଡବ୍ଲ୍ୟୁଟିସି ପଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଏକମାତ୍ର ଦଳ ଭାବେ ୬୦ ପ୍ରତିଶତରୁ ଅଧିକ ପଏଣ୍ଟ ହାସଲ କରିଛି ।
ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ
୧ - ଅଷ୍ଟ୍ରେଲିଆ- ମ୍ୟାଚ୍ ୧୨, ବିଜୟ ୮, ପରାଜୟ ୩, ଡ୍ର ୧, ବିଜୟ ପ୍ରତିଶତ- ୬୨.୫୦
୨ – ଭାରତ- ମ୍ୟାଚ୍ ୧୪, ବିଜୟ ୮, ପରାଜୟ ୩, ଡ୍ର ୧, ବିଜୟ ପ୍ରତିଶତ- ୫୮.୩୩
୩ – ଶ୍ରୀଲଙ୍କା- ମ୍ୟାଚ୍ ୯, ବିଜୟ ୫, ପରାଜୟ ୪, ବିଜୟ ପ୍ରତିଶତ- ୫୫.୫୫
୪ - ନ୍ୟୁଜିଲାଣ୍ଡ- ମ୍ୟାଚ୍ ୧୧, ବିଜୟ ୬, ପରାଜୟ ୫, ବିଜୟ ପ୍ରତିଶତ- ୫୪.୫୪
୫ - ଦକ୍ଷିଣ ଆଫ୍ରିକା- ମ୍ୟାଚ୍ ୮, ବିଜୟ ୪, ପରାଜୟ ୩, ଡ୍ର ୧, ବିଜୟ ପ୍ରତିଶତ- ୫୪.୧୬
୬ – ଇଂଲଣ୍ଡ- ମ୍ୟାଚ୍ ୧୯, ବିଜୟ ୯, ପରାଜୟ ୯, ବିଜୟ ପ୍ରତିଶତ- ୪୦.୭୯
୭ – ପାକିସ୍ତାନ- ମ୍ୟାଚ୍ ୧୦, ବିଜୟ ୪, ପରାଜୟ ୬, ବିଜୟ ପ୍ରତିଶତ- ୩୩.୩୩
୮ - ବାଂଲାଦେଶ- ମ୍ୟାଚ୍ ୧୦, ବିଜୟ ୩, ପରାଜୟ ୭, ବିଜୟ ପ୍ରତିଶତ- ୨୭.୫୦
୯ – ୱେଷ୍ଟଇଣ୍ଡିଜ- ମ୍ୟାଚ୍ ୯, ବିଜୟ ୧, ପରାଜୟ ୬, ଡ୍ର ୨, ବିଜୟ ପ୍ରତିଶତ- ୧୮.୫୨