ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଲର୍ଡ୍ସ ଟେଷ୍ଟ ହାରିବା ପରେ ଭାରତୀୟ ଶିବିରରେ ଭିନ୍ନ ପ୍ରକାରର ନିରାଶର ମାହୋଲ ରହିଛି । ଯେଉଁ ଖେଳାଳିଙ୍କୁ ଇଂଲଣ୍ଡରେ ସବୁଠୁ ବଡ ମ୍ୟାଚ୍ ବିଜେତା କୁହାଯାଉଥିଲା, ଉକ୍ତ ଖେଳାଳି ଦୁଇ ମ୍ୟାଚ୍ ଖେଳିଲେ ଏବଂ ଦୁଇଟିରେ ଟିମ୍ ହାରିଗଲା । ଆଉ ଯେଉଁ ମ୍ୟାଚରେ ଉକ୍ତ ଖେଳାଳି ଖେଳି ନ ଥିଲେ ଦଳ ମ୍ୟାଚ୍ ଜିତିଥିଲା । ଏହି ଖେଳାଳି ଆଉ କେହି ନୁହନ୍ତି ବରଂ ଯଶପ୍ରୀତ ବୁମରା । ସେ ଲିର୍ଡ୍ସ ଟେଷ୍ଟ ଏବଂ ଲର୍ଡ୍ସ ଟେଷ୍ଟ ଖେଳିଲେ, ଯେଉଁଥିରେ ଦଳ ପରାଜୟ ଭୋଗିଲା । ବର୍ମିଂହାମ ଟେଷ୍ଟରେ ବିଶ୍ରାମ ନେଲେ, ଆଉ ଦଳ ମ୍ୟାଚ୍ ଜିତିଲା । ଆଉ ରେକର୍ଡ ଏହା କହୁଛି ଯେ, ସେନା ଦେଶରେ ଯେବେ ଯେବେ ବୁମରା ଖେଳି ନାହାନ୍ତିି, ସେଥିରୁ ଦଳ ଅଧିକାଂଶ ମ୍ୟାଚ୍ ଜିତିଛି । ଏହି କଥା ଉଠାଇଛନ୍ତି ଇଂଲଣ୍ଡର ପୂର୍ବତନ ବରିଷ୍ଠ କ୍ରିକେଟର ଡେଭିଡ ଲୟଡ ।
ଇଂଲଣ୍ଡ ଗସ୍ତ ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଓ କୋଚ୍ ସ୍ପଷ୍ଟ କରିଥିଲେ ଯେ, ବୁମରା ସିରିଜର ୫ଟି ମ୍ୟାଚରୁ ୩ଟି ଖେଳିବେ । ଏବେ ସେ ତିନୋଟିରୁ ଦୁଇଟି ଖେଳି ସାରିଛନ୍ତି । ଅବଶିଷ୍ଟ ଦୁଇଟି ମ୍ୟାଚରୁ ବୁମରା କେଉଁ ମ୍ୟାଚ୍ ଖେଳିବେ ? ଏହା ସବୁଠୁ ବଡ ପ୍ରଶ୍ନ । ଡେଭିଡ ଲୟଡ କହିଛନ୍ତି, ସିରିଜ ଏବେ ବାଜିରେ ଲାଗିଛି ଏବଂ ଭାରତକୁ ସବୁଠୁ ବଡ ଆଶା ବୁମରାଙ୍କୁ ଓଲ୍ଡ ଟ୍ରାଫର୍ଡରେ ହେବାକୁ ଥିବା ଚତୁର୍ଥ ଟେଷ୍ଟରେ ଖେଳାଇବାକୁ ପଡିବ । ଏହି ଟେଷ୍ଟ ଜୁଲାଇ ୨୪ରୁ ଆରମ୍ଭ ହେଉଛି ।
ସେ ଏହା କହିଛନ୍ତି ଯେ, ଯଦି ଭାରତ ପୁଣି ଥରେ ସିରିଜ ବରାବର କରିବାରେ ସଫଳ ହୁଏ ତେବେ ଭ୍ରମଣକାରୀ ଦଳକୁ ବୁମରାଙ୍କୁ ଅନ୍ତିମ ମ୍ୟାଚ୍ ଖେଳାଇବା ଉପରେ ବିଚାର କରିବାକୁ ପଡିବ । ଗମ୍ଭୀର ଆଗରୁ କହି ସାରିଛନ୍ତି ଯେ, ବୁମରା ୩ଟି ମ୍ୟାଚ୍ ଖେଳିବେ । ମୋ ହିସାବରେ ସିରିଜର ପରିଣାମକୁ ଦୃଷ୍ଟିରେ ରଖି ବୁମରାଙ୍କୁ ପରବର୍ତ୍ତୀ ଟେଷ୍ଟ ଖେଳିବା ଉଚିତ୍ । ଏହା ପରେ ସେ ସିରିଜର ଫଳାଫଳ ଏବଂ ନିଜର ଫିଟନେସକୁ ଦେଖି ପରବର୍ତ୍ତୀ ଖେଳିବା ନେଇ ନିଷ୍ପତ୍ତି ନେବା ଉଚିତ୍ । ଯଦି ଇଂଲଣ୍ଡ ୩-୧ରେ ବିଜୟୀ ହୁଏ ତେବେ ବୁମରା ଶେଷ ମ୍ୟାଚ୍ ଖେଳିବା ଅନୁଚିତ । ଯଦି ସିରିଜ୍ ୨-୨ରେ ବରାବର ହୁଏ ତେବେ ବୁମରାଙ୍କୁ ଓଭାଲରେ ଖେଳା ଯିବାକୁ ଥିବା ଶେଷ ଟେଷ୍ଟ ଖେଳିବା ଉଚିତ୍ ।